ETV Bharat / state

‘ନୀତିହୀନ ନେତା ନୁହେଁ, ବିଶ୍ବସ୍ତ ପ୍ରାର୍ଥୀଙ୍କୁ ଚୟନ କରିବେ ଭୋଟର’ - congress

ବନ୍ୟା ପ୍ରଭାବିତ ଅଞ୍ଚଳ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଏବେ ସରଗରମ ରାଜନୀତି । 3 ଦଳର ହେଭିୱେଟ ନେତାଙ୍କ ଭିତରେ ଚାଲିଛି କଡା ଟକ୍କର । ଏହି ଆସନ ପାଇଁ କଂଗ୍ରେସ ଡ. ଲଲାଟେନ୍ଦୁଙ୍କ ଉପରେ ଭରସା କରିଛି । ତେବେ 'ଇଟିଭି ଭାରତ'ର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର
author img

By

Published : Apr 24, 2019, 7:54 PM IST

Updated : Apr 24, 2019, 8:30 PM IST

ଜଗତସିଂହପୁର: ବନ୍ୟା ପ୍ରଭାବିତ ଅଞ୍ଚଳ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଏବେ ଗରମାଗରମ ରାଜନୀତି । ଗୋଟିଏ ପଟେ ଦଳଡିଆଁ ନେତା ବିଜେପିରୁ ଡ. ଦାମୋଦର ରାଉତ ଓ ବିଜେଡିର ରଘୁନନ୍ଦନ ଦାସ ଅନ୍ୟପଟେ କଂଗ୍ରେସ ବରିଷ୍ଠ ନେତା ଡ. ଲଲାଟେନ୍ଦୁ ମହାପାତ୍ର । 3ଦଳର ହେଭିୱେଟ ନେତାଙ୍କ ଭିତରେ ଚାଲିଛି କଡା ଟକ୍କର । ତେବେ ଏନେଇ ଡ. ଲଲାଟେନ୍ଦୁ କଣ ଆଶା ରଖିଛନ୍ତି ସେନେଇ ପଚାରି ବୁଝିଛନ୍ତି ଆମ ଜଗତସିଂହପୁର ପ୍ରତିନିଧି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

‘କଂଗ୍ରେସର ସ୍ଥିତି ସୁଦୃଢ ରହିଛି । ଲୋକଙ୍କ ବିଶ୍ବାସ ଓ ଭରସା ଏଠି ବହୁତ ରହିଛି । କାରଣ ଅନ୍ୟ ଦୁଇ ପ୍ରମୁଖ ପ୍ରାର୍ଥୀ ଦଳବଦଳ କରି ଚୟନ ହୋଇଛନ୍ତି । ହେଲେ କଂଗ୍ରେସ ବିଶ୍ବସ୍ତ । ଏଣୁ ଏଠାରେ ଦଳ ଜିତିବା ନିଶ୍ଚିତ’ ବୋଲି ଦୃଢୋକ୍ତି ବାଢିଛନ୍ତି ଡ. ଲଲାଟେନ୍ଦୁ ।

ହେଭିୱେଟ ଦାମୋଦରଙ୍କ ସହ ଟକ୍କରକୁ ନେଇ କଣ ରହିଛି ରଣନୀତି ପ୍ରଶ୍ନର ଉତ୍ତରେ ସେ କହିଛନ୍ତି ଯେ, ହେଭି ନୁହେଁ, ଲାଇଟୱେଟ ହେଲେଣି ଦାମ । ବିଜେପିରେ ସେ, ବିଜେଡିରେ ତାଙ୍କ ପୁଅ । ସେହିପରି ବିଜେପିରେ ଏତେ ଦିନ ରହି ବି ଦଳ ଛାଡିଥିବା ରଘୁନାଥ ମଧ୍ୟ ଦଳର ନୀତି ଆଦର୍ଶ ନୁହେଁ, ନିଜ ସ୍ବାର୍ଥ ପାଇଁ ଲଢୁଛନ୍ତି । ଏଣୁ ଏଭଳି ନୀତିହୀନ ନେତା ନୁହେଁ, ବିଶ୍ବସ୍ତ ପ୍ରାର୍ଥୀଙ୍କୁ ଚୟନ କରିବେ ବାଲିକୁଦା ଭୋଟର ।

ପାଣି ସମସ୍ୟା, ଡାକ୍ତରଖାନା ରହିଛି ହେଲେ ଡାକ୍ତର ନାହାନ୍ତି, ପର୍ଯ୍ୟଟନ ସ୍ଥଳୀ ନାହିଁ, ସରକାରୀ ଯୋଜନା ଜନତାଙ୍କ ପାଖରେ ପହଞ୍ଚି ପାରିନାହିଁ । ଏଭଳି ବିଭିନ୍ନ ମୁଦ୍ଦାକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛି ବୋଲି କହିଛନ୍ତି ଲଲାଟେନ୍ଦୁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

df

Conclusion:
Last Updated : Apr 24, 2019, 8:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.