ETV Bharat / state

ଇଟିଭି ଭାରତର ପ୍ରଭାବ: କେନାଲରେ ଆସିଲା ପାଣି, ତଳିରୁଆ ଆରମ୍ଭ କଲା ଚାଷୀ

ଜିଲ୍ଲାରେ ଅନିୟମିତ ମୌସୁମୀ ବର୍ଷା ସାଙ୍ଗକୁ ଜଳସେଚନ ବିଭାଗ ଅଧୀନରେ ଆସୁଥିବା ମୁଖ୍ୟ କେନାଲ ସମେତ ଶାଖା ଓ ଆଖପାଖ କେନାଲ ଗୁଡିକରେ ପାଣି ଛାଡିବାରେ ଆହେତୁକ ବିଳମ୍ବ ହେଉଥିଲା । ଫଳରେ ପାଣି ସମସ୍ୟା ଉତ୍କଟ ହୋଇଥିଲା । ଏନେଇ ପ୍ରଥମେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଜଳ ସେଚନ ବିଭାଗ ପକ୍ଷରୁ ତରବରିଆ ଭାବେ ଗୋଟିଏ ଦିନରେ କେନାଲକୁ ସଫା କରାଯାଇ ପାଣି ଛଡ଼ାଯାଇଛି ।

etv bharat effect in jagatsinghpur
ଇଟିଭି ପ୍ରଭାବ: କେନାଲରେ ଆସିଲା ପାଣି, ତଳିରୁଆ ଆରମ୍ଭ କଲା ଚାଷୀ
author img

By

Published : Jul 25, 2020, 3:06 AM IST

ଜଗତସିଂହପୁର: ଯେଉଁ କେନାଲ ଦିନେ ଶୁଖିଲା ପଡିଥିଲା, ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେଠାରେ ପାଣି ଆସୁନଥିଲା, ଆଜି ସେହି କେନାଲରେ ପୁଣି ଆରମ୍ଭ ହୋଇଛି ଜଳ ଯୋଗାଣ । ଇଟିଭି ଭାରତରେ ଏନେଇ ଖବର ପ୍ରସାରିତ ହେବା ପରେ କେନାଲରେ ପାଣି ଆସିଥିବା ଜଣା ପଡିଛି । ଫଳରେ ଚାଷୀ ମୁହଁରେ ହସ ଫୁଟିବା ସହ ଚାଷ ଜମିକୁ ପାଣି ମାଡିବା ପରେ ଶୁକବାର ତଳି ରୁଆ କାମ ଆରମ୍ଭ କରାଯାଇଛି ।

ଇଟିଭି ପ୍ରଭାବ: କେନାଲରେ ଆସିଲା ପାଣି, ତଳିରୁଆ ଆରମ୍ଭ କଲା ଚାଷୀ

ସୂଚନା ଅନୁଯାୟୀ ଜିଲ୍ଲାରେ ଅନିୟମିତ ମୌସୁମୀ ବର୍ଷା ସାଙ୍ଗକୁ ଜଳସେଚନ ବିଭାଗ ଅଧୀନରେ ଆସୁଥିବା ମୁଖ୍ୟ କେନାଲ ସମେତ ଶାଖା ଓ ଆଖପାଖ କେନାଲ ଗୁଡିକରେ ପାଣି ଛାଡିବାରେ ଆହେତୁକ ବିଳମ୍ବ ହେଉଥିଲା । ଫଳରେ ପାଣି ସମସ୍ୟା ଉତ୍କଟ ହୋଇଥିଲା । ଯାହାକୁ ନେଇ ଚାଷ କାର୍ଯ୍ୟ ପାଇଁ ସମସ୍ୟରେ ପଡିଯାଇଥିଲା ଚାଷୀ । ଜୁନ ଶେଷ ସୁଦ୍ଧା କେନାଲରେ ପାଣି ଆସି ତଳି ରୁଆ ସରିଯିବା କଥା । କିନ୍ତୁ ଜଳାଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଏନେଇ ପ୍ରଥମେ ଇଟିଭି ଭାରତରେ ଗତ ଜୁଲାଇ 22 ତାରିଖରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଜଳ ସେଚନ ବିଭାଗ ପକ୍ଷରୁ ତରବରିଆ ଭାବେ ଗୋଟିଏ ଦିନରେ କେନାଲକୁ ସଫା କରାଯାଇ ପାଣି ଛଡ଼ାଯାଇଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.