ETV Bharat / state

Greenfield Pellet Plant: ଜନଶୁଣାଣିରେ ପ୍ରକଳ୍ପକୁ ପ୍ରବଳ ବିରୋଧ - ପାରାଦୀପ ଏସାର କମ୍ପାନୀ

ପାରାଦୀପରେ ଏସାର ମିନମେଟ ଲିମିଟେଡ଼ ଦ୍ବାରା ପ୍ରସ୍ତାବିତ ବାର୍ଷିକ 14(2X7)ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରିନଫିଲ୍ଡ ପେଲେଟ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ ପାଇଁ 3347 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହିତ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ଅଞ୍ଚଳରେ 33 ପ୍ରତିଶତ ଅଞ୍ଚଳକୁ ସବୁଜ ବଳୟରେ ପୂର୍ଣ୍ଣ କରାଯିବା ନେଇ ଆଜିର ଜନଶୁଣାଣିରେ ସ୍ପଷ୍ଟ କରାଯାଇଛି । ଅଧିକ ପଢନ୍ତୁ

Essar minmet limited pellet plant  public hiring at paradip, local people oppose
Essar minmet pellet plant: ପରିବେଶ ମଞ୍ଜୁରୀ ଜନଶୁଣାଣୀରେ ପ୍ରକଳ୍ପକୁ ପାରାଦୀପବାସୀଙ୍କ ପ୍ରବଳ ବିରୋଧ
author img

By

Published : Jan 6, 2022, 6:58 PM IST

ପାରାଦୀପ: ସହରରେ ପ୍ରସ୍ତାବିତ ଏସାର ମିନମେଟ୍ ଗ୍ରୀନ୍ ଫିଲ୍ଡ ପେଲେଟ ପ୍ଲାଣ୍ଟକୁ ପାରାଦୀପବାସୀଙ୍କ ବିରୋଧ । ସ୍ଥାନୀୟ ବାଉରୀଆପାଳଦା ନିକଟରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ସଂକ୍ରାନ୍ତୀୟ ଜନଶୁଣାଣି ପାରାଦୀପ ପୌରପାଳିକା କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା । କିନ୍ତୁ ଏହି ଜନ ଶୁଣାଣି ଶିବିରରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ବିରୋଧ ଦେଖାଯାଇଛି ।

ଜନଶୁଣାଣିରେ ପ୍ରକଳ୍ପକୁ ପ୍ରବଳ ବିରୋଧ

ମୋଟ 14 ମିଲିୟନ ମେଟ୍ରିକ ଟନ୍ ବାର୍ଷିକ କ୍ଷମତା ବିଶିଷ୍ଟ ହେବାକୁ ଥିବା ଏହି ପ୍ରକଳ୍ପ 40.49 ହେକ୍ଟର (ପ୍ରାୟ ୧୫୦ ଏକର) ଜାଗାରେ ସ୍ଥାପନ କରାଯିବ ଓ ବର୍ଷକୁ ଆନୁମାନିକ 15.05 ମିଲିୟନ ମେଟ୍ରିକ୍ ଟନ୍ କଞ୍ଚାମାଲ୍ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ସ୍ଥାନୀୟ ବସ୍ତିରେ କିଛି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି।

ଏହାମଧ୍ୟ ପଢନ୍ତୁ: ପାରାଦୀପରେ ପେଟ୍ରୋ କେମିକାଲ ପ୍ରକଳ୍ପ ପାଇଁ ଜନ ଶୁଣାଣି

ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ପାରାଦୀପ ୱାଟର ରିଜର୍ଭର ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହେବ ବୋଲି ଲୋକ ମାନେ ପ୍ରକାଶ କରିଛନ୍ତି । ଆଜି(ଗୁରୁବାର) ଜନଶୁଣାଣୀ ଶିବିରରେ ଲୋକ ମାନେ ଗୋ ବ୍ୟାକ୍ ନାରା ଦେଇ ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଅଡିବସିଥିଲେ । ଅନ୍ୟପଟେ କିଛି ଲୋକେ ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ପ୍ରସ୍ତାବ ରଖିଥିଲେ । ଆୟୋଜିତ ଜନଶୁଣାଣି ଶିବିର ଚାଲିଥିବା ସମୟରେ ପାରାଦୀପ ନାଗରିକ ମଞ୍ଚର ସଦସ୍ୟ ମାନେ ପହଞ୍ଚି ବିରୋଧ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: କୋରୋନା ନିୟମକୁ ଫୁ': ପାରାଦ୍ବୀପ ବିଜୁ ମଇଦାନରେ ଆରମ୍ଭ ହେଲା ପଲ୍ଲିଶ୍ରୀ ମେଳା

ଜନଶୁଣାଣୀରେ ନିୟୋଜିତ ଥିବା ପୋଲିସ ଏଏସପିଙ୍କ ବୁଝାସୁଝା ପରେ ଘଟଣା ଶାନ୍ତ ପଡିଥିଲା । ପାରାଦୀପରେ ଏସାର ମିନମେଟ ଲିମିଟେଡ଼ ଦ୍ବାରା ପ୍ରସ୍ତାବିତ ବାର୍ଷିକ 14(2X7)ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରିନଫିଲ୍ଡ ପେଲେଟ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ ପାଇଁ 3347 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହିତ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ଅଞ୍ଚଳରେ 33 ପ୍ରତିଶତ ଅଞ୍ଚଳକୁ ସବୁଜ ବଳୟରେ ପୂର୍ଣ୍ଣ କରାଯିବା ନେଇ ଆଜିର ଜନଶୁଣାଣିରେ ସ୍ପଷ୍ଟ କରାଯାଇଛି ।

ତେବେ କିଛିଦିନ ପୂର୍ବରୁ ଏହି ପେଟ୍ରୋକେମିକାଲସ ପ୍ରକଳ୍ପ ପାଇଁ ଜନଶୁଣାଣି ଶିବିରରେ ମାତ୍ର 9 ଜଣ ଲୋକ ନିଜର ଦାବି ଉପସ୍ଥାପନ କରିଥିଲେ । ମାତ୍ର ଆଜିର ଜନଶୁଣାଣି ଶିବିରରେ ସ୍ଥାନୀୟ ବାସିନ୍ଦା କମ୍ପାନୀ ଗୋ ବ୍ୟାକ୍‌ ନାରାଦେଇ ମଞ୍ଚ ନିକଟକୁ ଧସେଇ ପଶିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.