ETV Bharat / state

ଡାକ୍ତରଙ୍କ ଦାୟିତ୍ବ ହୀନତା ! ଗୋଡ ହରାଇ ପାରନ୍ତି ଦୁଷ୍ମନ୍ତ

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ପଙ୍କପାଳ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ଭୁଲ ଚିକିତ୍ସା କରିବାରୁ ତାଙ୍କୁ ଗୋଟିଏ ଗୋଡ଼ ହରାଇବାକୁ ପଡିପାରେ ବୋଲି ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

author img

By

Published : Jul 11, 2021, 7:20 AM IST

ଡାକ୍ତରଙ୍କ ଦାୟିତ୍ବ ହିନତା: ଗୋଡ ହରାଇ ପାରନ୍ତି ଦୁଷ୍ମନ୍ତ

ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ବ୍ଲକ ପଙ୍କପାଳ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ଭୁଲ ଚିକିତ୍ସା କରିବାରୁ ତାଙ୍କୁ ଗୋଟିଏ ଗୋଡ଼ ହରାଇବାକୁ ବସିଥିବା ଅଭିଯୋଗ ହୋଇଛି । ଏବେ ତାଙ୍କ ସାହାରା ସାଜିଛନ୍ତି ନିଜର ଦୁଇ ବର୍ଷର ଝିଅ। ସେହି କୁନି ଝିଅଟି ଏବେ ନିଜ ବାପାଙ୍କୁ ଭଲ କରିଦେବା ପାଇଁ ଆକୁଳ ନିବେଦନ କରିଛନ୍ତି।

ସୂଚନା ଅନୁସାରେ କୁଜଙ୍ଗ ବ୍ଲକ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଏକ ଦୁର୍ଘଟଣାର ଶିକାର ହୋଇଥିଲେ, ଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ଦୁଷ୍ମନ୍ତ କଟକ ଯାଇଥିଲେ ଚିକିତ୍ସା ପାଇଁ । ହେଲେ ଜନୈକ ଡାକ୍ତର ତାଙ୍କୁ ଭୁଲ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି । ପରେ ଦୁଷ୍ମନ୍ତଙ୍କ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇଛି । ଗୋଡ଼ ଅଚଳ ହୋଇଯିବା ପରେ ସେ କଟକ ବଡ଼ ମେଡିକାଲରେ ଯାଇ ଦେଖାଇଥିଲେ । ହେଲେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଓଡ଼ିଶା ବାହାରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ।

ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଚିକିତ୍ସା କରାଇ ପାରୁନଥିବା କହିଛନ୍ତି । ଦୁଷ୍ମନ୍ତ, ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଏବେ ଆହାର ମୁଠାଏ ପାଇଁ ଡହଳ ବିକଳ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.