ETV Bharat / state

ଜଳସେଚନ ବିଭାଗର ଅପରାଗତା, ପଡିଆ ପାଲଟିଛି ଚାଷ ଜମି

ଜଗତସିଂହପୁର ଜିଲ୍ଲାର ମାଛଗାଁ କେନାଲ ଏବେ ସୁପ୍ତ ଅବସ୍ଥାରେ । ପାଣି ଅଭାବରୁ ହେକ୍ଟର ହେକ୍ଟର ଜମି ପଡିଆ । ସେପଟେ ଜଳସେଚନ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

author img

By

Published : Jun 5, 2019, 7:48 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର

ଜଗତସିଂହପୁର: ପାଣି ଅଭାବରୁ ଆଗେଇ ପାରୁନି ଚାଷବାସ । 10ହଜାର ହେକ୍ଟର ଚାଷ ଜମି ଏବେ ପଡିଆ ପଡିଛି । ଜଗତସିଂହପୁର ଜିଲ୍ଲାର ମାଛଗାଁ କେନାଲ ଏବେ ସୁପ୍ତ ଅବସ୍ଥାରେ ଥିବାବେଳେ ଜଳସେଚନ ବିଭାଗର ଅପାରଗତା ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର

ଅକ୍ଷୟତୃତୀୟା ଠାରୁ ଚାଷ କାମ ଆରମ୍ଭ ହୋଇଛି । ହେଲେ କେନାଲରେ ପାଣି ଆସୁନଥିବାରୁ ବୁଣାବୁଣି କାର୍ଯ୍ୟ ହୋଇପାରୁନାହିଁ । ଜିଲ୍ଲାର ପ୍ରାୟ 50 ପ୍ରତିଶତ ଚାଷୀ କେନାଲ ଉପରେ ନିର୍ଭର କରୁଥିବା ବେଳେ 30 ପ୍ରତିଶତ ବର୍ଷା ଜଳ ଉପରେ । ତେବେ ଜଳସେଚନ ବିଭାଗର ଅପାରଗତା କାରଣରୁ ମାଛଗାଁ କେନାଲରେ ପାଣି ଆସି ପାରୁନାହିଁ । ଫଳରେ ଚାଷ ଜମି ପଡିଆ ପଡିଛି ।

ସେପଟେ, ଏନେଇ ଜଳ ସେଚନ ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ ପାଣିବିନା ଆଗେଇପାରୁନି ଚାଷବାସ।ମୁଣ୍ଡରେ ହାତଦେଇ ବସିଛି ଚାଷି।ପାଣିବିନା ହଜାର ହଜାର ହେକ୍ଟର ଚାଷଜମି ଏବେ ବି ପଡ଼ିଆ ପଡ଼ିଛି। ଏଭଳୀ ଅଭାବନୀୟ ପରିସ୍ଥିତିରେ ରେ ଚାଷୀକୁଳ। ଜଗତସିଂହପୁର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ମାଛଗାଁ କେନାଲ ଏବେ ସୁପ୍ତ ଅବସ୍ଥାରେ ଥିବାରୁ ଜିଲାର ପ୍ରାୟ 10 ହଜାର ହେକ୍ଟର ରୁ ଅଧିକ ଚାଷ ଜମି ପଡିଆ ପଡିଛି।ଅଖୟାତୃତୀୟା ଠାରୁ ଚାଷ କାମ ଆରମ୍ଭ ହୋଇଥିଲେ ମଧ୍ୟ କେନାଲ ରେ ପାଣି ଆସୁନଥିବାରୁ ବୁଣାବୁଣି କାର୍ଯ୍ୟ ହୋଇପାରୁନାହିଁ।ଜିଲାରେ ପ୍ରାୟେ 50 ପ୍ରତିଶତ ଚାଷୀ କେନାଲ ପାଣି ଉପରେ ନିର୍ଭର କରୁଥିବା ବେଳେ 30 ପ୍ରତିଶତ ଚାଷୀ ବର୍ଷା ଉପରେ ନିର୍ଭର କରିଥାନ୍ତି।ତେବେ ଜଳସେଚନ ବିଭାଗର ଅପାରଗତା କାରଣ ରୁ ମାଛଗାଁ କେନାଲରେ ପାଣି ଆସିପାରୁନାହିଁ।ଯାହାଫଳରେ ବାଧ୍ୟ ହୋଇ ଚାଷୀ ଚାଷଜମି ଗୁଡିକୁ ପଡ଼ିଆ ପକାଉଥିବ ଦେଖିବାକୁ ମିଳିଛି।ଏହାକୁ ନେଇ ଆମେ ଜଳ ସେଚନ ନିର୍ବାହୀ ଅଧିକାରୀ ଓ ଜିଲାପାଳ ଗୁହା ପୁନମ ତାପସ କୁମାର ଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।କ୍ୟାମେରା ବାହାରେ କହିଛନ୍ତି ଯେ ଏହି ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Body:byt ନାରାୟଣ ପଣ୍ଡା ଚାଷୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.