ETV Bharat / state

ବାଣୀକ୍ଷେତ୍ରରେ ସରିଲା ଶିବ-ପାର୍ବତୀ ବିବାହ - ଶୀତଳ ଷଷ୍ଠୀ

ଜଗତସିଂହପୁର ଜିଲ୍ଲା ବିରିଡି ଠାରେ ଥିବା ଅଷ୍ଟଶମ୍ଭୁ ସୋମନାଥ ମନ୍ଦିରରେ ମହାଦେବ ଓ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

divine marriage of lord shiva and parvati
ମହାଦେବ-ପାର୍ବତୀଙ୍କ ବିବାହ
author img

By

Published : May 25, 2023, 11:04 AM IST

ମହାଦେବ-ପାର୍ବତୀଙ୍କ ବିବାହ

ଜଗତସିଂହପୁର: ଶୀତଳ ଷଷ୍ଠୀ ନେଇ ସବୁଠି ଉତ୍ସବ । ବିଭିନ୍ନ ଶୈବ ପୀଠରେ ଶିବ ପାର୍ବତୀଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଛି । ବାଜା ବାଣ ଓ ନାଚରେ ବରଯାତ୍ରୀ ନେଇ ମହାଦେବ ଓ ମା' ପାର୍ବତୀଙ୍କ ବିବାହରେ ସାମିଲ ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଜଗତସିଂହପୁର ଜିଲ୍ଲା ବିରିଡି ଠାରେ ଥିବା ଅଷ୍ଟଶମ୍ଭୁ ମହାଦେବଙ୍କ ମନ୍ଦିରରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଛି ।

ଧ୍ୟାନକୁଦ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଦେବ ଦେବ ମହାଦେବଙ୍କୁ ପାଲିଙ୍କିରେ ନିଆଯାଇଥିଲା । ସେଠାରେ ଦେବ ଦମ୍ପତି ଭେଟ ହେବାପରେ ପାର୍ବତୀ ହରଣ ନୀତି ସମ୍ପାଦନ ହୋଇଥିଲା । ପରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିବାହ ରୀତିନୀତି ଚାଲିଥିଲା । ଆଜି (ଗୁରୁବାର) ସକାଳୁ ସକାଳୁ ଦେବ ଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ହଜାର ହଜାର ଲୋକ ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରାର ଗୁରୁତ୍ବ ରହିଥିବା ବେଳେ ଉପକୂଳ ଜିଲ୍ଲା ମାନଙ୍କରେ ମଧ୍ୟ ଶିବ ବିବାହ ଧୁମଧାମର ସହିତ ପାଳନ କରାଯାଉଛି ।

ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଏହି ଉତ୍ସବ ପାଳନ କରି ଆସୁଛନ୍ତି । ଶିବ ବିବାହରେ କନ୍ୟା ପିତା ଓ ବର ପିତା ଭାବେ କାର୍ଯ୍ୟ କଲେ ଅନନ୍ତ ଫଳ ମିଳିଥାଏ ବୋଲି ଜନମାନସ ମଧ୍ୟରେ ଅଖଣ୍ଡ ବିଶ୍ୱାସ ରହିଛି । ଏହି ବିଶ୍ୱାସକୁ ନେଇ ମାସକ ପୂର୍ବରୁ ବର ପିତା ଓ କନ୍ୟା ପିତା ଚୟନ କରାଯାଇଥାଏ । ଗତକାଲି (ବୁଧବାର) ଶିବ ବିବାହ ନୀତି ସମ୍ପାଦନ ହୋଇ ଥିବାବେଳେ ଆଜି ବିଭିନ୍ନ ଶୈବ ପୀଠ ମାନଙ୍କରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି ।

ଏହା ବି ପଢନ୍ତୁ...ଇସ୍ପାତ ନଗରୀରେ ଧୂମଧାମରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ, ମଧ୍ୟ ରାତ୍ରୀରେ ପଡିଲା ହାତଗଣ୍ଠି

ଏହା ବି ପଢନ୍ତୁ...ସରିଲା ଶୀତଳ ଷଷ୍ଠୀ ଯାତ୍ରା, ମହାଦେବଙ୍କ ହାତ ଧରିଲେ ମା' ପାର୍ବତୀ

ଜଗତସିଂହପୁର ଜିଲ୍ଲାର ପ୍ରମୁଖ ଶୈବପୀଠ ଗୋରେଖ ନାଥଙ୍କ ମନ୍ଦିର ରେ ଆଜି ଶୀତଳ ଷଷ୍ଠୀ ଯାତ୍ରା ପାଳିତ ହୋଇଛି । ତେବେ ଗୋରେଖ ନାଥଙ୍କ ପୀଠରେ ଶିବ ବିବାହ ଅନୁଷ୍ଠିତ ହୁଏ ନାହିଁ । ଏହା ଶୈବ ପୀଠର ମାନ୍ୟତା ପାଇଥିଲେ ମଧ୍ୟ ଏହିଠାରେ ଶିବ ବିବାହ କରାଯାଏନାହିଁ । ଗୋରେଖ ନାଥଙ୍କ ପୀଠଟି ତପଭୂମି ହୋଇ ଥିବାରୁ ଗୋରେଖ ନାଥ ଏଠାରେ ଧ୍ୟାନ କରିଥାନ୍ତି । ଫଳରେ ଏଠାରେ ବିବାହ କାର୍ଯ୍ୟ କରାଯାଏ ନାହିଁ । ପଶ୍ଚିମ ଓଡିଶାରେ ସମ୍ବଲପୁରଠୁ ନେଇ ବଲାଙ୍ଗୀର ସମସ୍ତ ଜିଲ୍ଲାରେ ଧୁମଧାମରେ ଶିବା ପାର୍ବତୀ ବିବାହ ଅନୁଷ୍ଠିତ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.