ETV Bharat / state

panchayat election: ବିଜେଡିରେ ବଢୁଛି ଅଡୁଆ, ମନ୍ତ୍ରୀଙ୍କ ଗାଡିକୁ ଘେରିଲେ ଅସନ୍ତୋଷ କର୍ମୀ - ଜଗତସିଂହପୁରରେ ପଞ୍ଚାୟତ ପ୍ରାର୍ଥୀ ଚୟନ

ପ୍ରାର୍ଥୀ ଚୟନ ନେଇ ଦଳୀୟ ବିବାଦ ସୃଷ୍ଟି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନହରଣା ପଞ୍ଚାୟତରେ ପ୍ରାର୍ଥୀ ଚୟନକୁ ନେଇ ବିଜୁ ଜନତା ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

disturbance in candidate selection in jagatsinghpur
panchayat election:ପ୍ରାର୍ଥୀ ଚୟନ ନେଇ ହୋ-ହାଲ୍ଲା
author img

By

Published : Jan 16, 2022, 12:25 PM IST

ଜଗତସିଂହପୁର: ପ୍ରାର୍ଥୀ ଚୟନ ନେଇ ଦଳୀୟ ବିବାଦ ସୃଷ୍ଟି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନହରଣା ପଞ୍ଚାୟତରେ ପ୍ରାର୍ଥୀ ଚୟନକୁ ନେଇ ବିଜୁ ଜନତା ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।

panchayat election:ପ୍ରାର୍ଥୀ ଚୟନ ନେଇ ହୋ-ହାଲ୍ଲା

ସୂଚନା ମୁତାବକ ଗତ ଶନିବାର ସନ୍ଧ୍ୟାରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସଙ୍କ ଦ୍ଵାରା ଗଠିତ 9 ଜଣିଆ ଟିମ ନହରଣା ଯାଇଥିଲେ। ସେଠାରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ପ୍ରାର୍ଥୀ ଚୟନ ନିଷ୍ପତ୍ତି ହୋଇ ପାରିନଥିଲା। ନିଷ୍ପତ୍ତି ନ ହେବାରୁ କର୍ମୀମାନେ ଉଦବେଗ ପ୍ରକାଶ କରିଥିଲେ। 9 ଜଣିଆ ଟିମକୁ ଘେରିବା ସହ ଘଟଣାସ୍ଥଳରେ ହୋ ହାଲ୍ଲା ଆରମ୍ଭ ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ଶାସକ ବିଜେଡି ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ବିଭିନ୍ନ ସ୍ଥାନରେ ଏହିଭଳି ଘଟଣା ସାମ୍ନାକୁ ଆସୁଛି। ଏନେଇ ବିଧାୟକ ରଘୁନନ୍ଦନ ଦାସଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସଙ୍ଗରୋଧରେ ଥିବାରୁ ତାଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.