ETV Bharat / state

JSW Project: ଢ଼ିଙ୍କିଆରେ ୧୬୬ ପାନବରଜ ମାଲିକଙ୍କୁ ୩କୋଟି ୧୫ ଲକ୍ଷ କ୍ଷତିପୂରଣ

ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗୋଟିଏ ପଟେ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ ଜାରି ରହିଛି । ଅଧିକ ପଢନ୍ତୁ

JSW Project: 3.15 crores compensation to 14 Pan baraj owners in Dhinkia
JSW Project: ଢ଼ିଙ୍କିଆରେ ୧୬୬ ପାନବରଜ ମାଲିକଙ୍କୁ ୩କୋଟି ୧୫ ଲକ୍ଷ କ୍ଷତିପୂରଣ
author img

By

Published : Jan 10, 2022, 8:59 PM IST

ଢିଙ୍କିଆ(ଜଗତସିଂହପୁର): ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗୋଟିଏ ପଟେ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ ଜାରି ରହିଛି ।

ସେପଟେ ଗୋବିନ୍ଦପୁର ଗାଁରେ ଜଙ୍ଗଲ ଜମିରେ ଥିବା ଗଛ କଟା ନେଇ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଗଛ ଚିହ୍ନଟ କରାଯାଇଛି । ଏଥି ମଧ୍ୟରେ ସଜନା, ଆମ୍ବ, ପଣସ, କାଜୁ, କଦଳୀ ଭଳି ବିଭିନ୍ନ ପ୍ରକାରର ଫଳନ୍ତି ବୃକ୍ଷ ରହିଛି । ତେବେ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ଗଛର ଆକାର ଅନୁଯାୟୀ ମୂଲ୍ୟାୟନ କରାଯାଇଛି । ତା' ପରେ ସମ୍ପୁକ୍ତ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଏହାମଧ୍ୟ ପଢନ୍ତୁ: JSW Project: ଢ଼ିଙ୍କିଆରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରି, ୮୨ ଡ଼ିସିମିଲ ଜମି ଅଧିଗ୍ରହଣ

ଗୋଟିଏ ପଟେ ପାନବରଜ ଦେଇଥିବା ଲୋକମାନେ କ୍ଷତିପୂରଣ ପାଇବା ପରେ ଗଛ କାଟି କ୍ଷତିପୂରଣ ପାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଜି ସୁଦ୍ଧା ୩୦୮ଟି ପାନବରଜ ମାପଚୁପ କରାଯାଇଥିଲା ବେଳେ ସେଥିରୁ ୧୬୬ଟି ପାନବରଜ ଭଙ୍ଗା ଯାଇଛି । ଏଯାବତ ୧୨୫ ଜଣ ହିତାଧିକାରୀଙ୍କୁ ୩ କୋଟି ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.