ETV Bharat / state

ବନ୍ୟା ପ୍ରଭାବିତ ଅଞ୍ଚଳରେ ସମୀକ୍ଷା କଲେ ଉପମୁଖ୍ୟ ଶାସନ ସଚିବ

author img

By

Published : Aug 19, 2022, 9:39 AM IST

ଜଗତସିଂହପୁର ଗୁରୁବାର ଅପରାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନ ଓ ଉପମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ବନ୍ୟାପ୍ରଭାବିତ ଅଂଚଳ ପରିଦର୍ଶନ କରିବା ସହିତ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଅଧିକ ପଢନ୍ତୁ

DEPUTY CHIEF SECRETARY VISITED FLOOD AFFECTED AREA IN JAGATSINGHPUR
ଉପମୁଖ୍ୟ ଶାସନ ସଚିବ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଜଗତସିଂହପୁର: ହୀରାକୁଦରୁ ବନ୍ୟାଜଳ ପହଞ୍ଚିବା ପରେ ମହାନଦୀ ଫୁଲି ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏନେଇ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ଗୁରୁବାର ଅପରାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନ ଓ ଉପମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନ ବ୍ଲକର ଗୋପିଆ କୂଦ, ଆଦିବାସୀ ପଡ଼ା, ସମାନ୍ତରା ପୁର, ଆମ୍ବକୀ, ବୁଲି ଦେଖିଥିଲେ । ସେହିପରି ଉପମୁଖ୍ୟ ଶାସନ ସଚିବ କୁଜଙ୍ଗ ବ୍ଲକର ରାହମା ଓ ହରିପୁର ଅଞ୍ଚଳ ଗସ୍ତ କରିବା ସହ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ସରକାରୀ ହିସାବରୁ ଜଣାପଡିଛି ଯେ, କୁଜଙ୍ଗ ବ୍ଲକର 11 ଟି ପଞ୍ଚାୟତ, 34 ଟି ଗ୍ରାମର 14,967 ଜଣ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଥିବା ବେଳେ 800 ଶହ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି ।

ସେହିଭଳି 3130ଟି ଗୋ ସମ୍ପଦ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ପାନୀୟ ଜଳ ଓ ମେଡ଼ିକାଲ ସେବା ଯୋଗାଇ ଦିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ ବନ୍ୟାଞ୍ଚଳ ପରିଦର୍ଶନ ପରେ RDC କେନ୍ଦ୍ରାପଡା ଗରଦପୁର ପରିଦର୍ଶନରେ ଯାଇଥିଲେ । ଉପମୁଖ୍ୟ ଶାସନ ସଚିବ ରିଲିଫ କାର୍ଯ୍ୟ ତଦାରଖ କରୁଥିବା ବେଳେ ଥିରେ ଜିଲ୍ଲାପାଳ ପାରୁଲ ପଟୱାରୀ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.