ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ ସାର୍ବଜନୀନ କରିବା ସହ କଟକଣା କୋହଳ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଶାରଳା ମନ୍ଦିର ସେବକମାନେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନର ନିୟମ ଅନୁସାରେ ଜିଲ୍ଲା ବାହାର ଭକ୍ତ 5 ଦିନ ପୂର୍ବରୁ କୋଭିଡ ନେଗେଟିଭି ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇ ଥିବା ବେଳେ 60 ବର୍ଷରୁ ଅଧିକ ଓ 10 ବର୍ଷାରୁ କମ ବୟସ୍କଙ୍କ ପାଇଁ ଦର୍ଶନ ନିଷିଦ୍ଧ କରାଯାଇଛି ।
ରାଜ୍ୟର ବିଭିନ୍ନ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କୋଭିଡ ନିୟମକୁ କୋହଳ କରାଯାଇଥିବା ବେଳେ କ’ଣ ପାଇଁ ପ୍ରଶାସନ, ମା’ଙ୍କ ଦର୍ଶନ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶାରଳା ମନ୍ଦିର ସେବକ ଏବଂ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ଉପରେ ପ୍ରଶାସନ ଓ ରାଜ୍ୟ ସରକାର କୋଭିଡ ନେଗେଟିଭି ରିପୋର୍ଟ ଦେଖାଇବା କଟକଣା ହଟାଇ ଦେଇଥିବା ବେଳେ କ’ଣ ପାଇଁ ଶାରଳା ମନ୍ଦିରରେ ଏହି କଟକଣା ଲାଗୁ କରାଯାଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ