ETV Bharat / state

ପାରାଦୀପରେ ନିଖୋଜ ନାବାଳକ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର

author img

By

Published : May 25, 2022, 7:24 PM IST

ପାରାଦୀପ ସହରର ଅଠର ବାଙ୍କୀ ମୁଣ୍ଡାପଡା ନିକଟରେ ଥିବା ଏକ ଜଳାଶୟରୁ ଗତକାଲି(ମଙ୍ଗଳବାର) ଠାରୁ ନିଖୋଜ ଥିବା ଦ୍ଵିତୀୟ ଶ୍ରେଣୀର ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଅଠରବାଙ୍କୀ ମୁଣ୍ଡାପଡାର ଦୀପକ ସିଂଙ୍କ ପୁଅ ଗଣେଶ ସିଂ । ଅଧିକ ପଢନ୍ତୁ

ପାରାଦୀପରେ ନିଖୋଜ ନାବାଳକ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର
ପାରାଦୀପରେ ନିଖୋଜ ନାବାଳକ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର

ପାରାଦୀପ: ପାରାଦୀପ ସହରର ଅଠର ବାଙ୍କୀ ମୁଣ୍ଡାପଡା ନିକଟରେ ଥିବା ଏକ ଜଳାଶୟରୁ ଜଣେ ଦ୍ଵିତୀୟ ଶ୍ରେଣୀର ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଅଠରବାଙ୍କୀ ମୁଣ୍ଡାପଡାର ଦୀପକ ସିଂଙ୍କ ପୁଅ ଗଣେଶ ସିଂ । ସେ ଗତକାଲି(ମଙ୍ଗଳବାର) ଠାରୁ ନିଖୋଜ ରହିଥିଲେ । ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମୃତ ଗଣେଶର ବାପାଙ୍କ କହିବା ଅନୁଯାୟୀ, ଗଣେଶ ଗତକାଲି ସ୍କୁଲରୁ ଆସିବା ପରେ ଖେଳିବାକୁ ଯାଇଥିଲେ କିନ୍ତୁ, ଆଉ ଫେରିନଥିଲେ । ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଆଜି ସକାଳୁ ତାଙ୍କର ମୃତଦେହ ସ୍ଥାନୀୟ ଏକ ଜଳାଶୟରେ ଭାସୁଥିବାର ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହ ନାବାଳକର ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ପିଲାଟି ପାଣିରେ ବୁଡିଯାଇ ପ୍ରାଣ ହରାଇଛି ନା ତାଙ୍କୁ କେହି ହତ୍ୟା କରି ପାଣିରେ ପକାଇଦେଇଛି ତାକୁ ନେଇ ପୋଲିସ ତଦନ୍ତ କରୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.