ETV Bharat / state

ଗୁଲାବର ପ୍ରଭାବ, ପାରାଦୀପ ସମୁଦ୍ରକୂଳରେ ୩ ନମ୍ବର ବିପଦ ସଙ୍କେତ - gulab impact in paradip

ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ଗୁଲାବ' ଦୃଷ୍ଟିରେ ରଖି ପାରାଦୀପ ସମୁଦ୍ରକୂଳରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଏହାଶହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଇ ଦିଆଯାଇଛି ।

ଗୁଲାବର ପ୍ରଭାବ, ପାରାଦୀପ ସମୁଦ୍ରକୂଳରେ ୩ ନମ୍ବର ବିପଦ ସଙ୍କେତ

author img

By

Published : Sep 26, 2021, 9:02 PM IST

Updated : Sep 26, 2021, 9:14 PM IST

ପାରାଦୀପ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ଗୁଲାବ'କୁ ଦୃଷ୍ଟିରେ ରଖି ପାରାଦୀପ ସମୁଦ୍ର କୂଳରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଏହାଶହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଇ ଦିଆଯାଇଛି । ପୂର୍ବରୁ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ମାଛଧରା ଡଙ୍ଗାଗୁଡ଼ିକୁ ଶୀଘ୍ର କୂଳକୁ ଫେରାଇ ଆଣିବାକୁ ମତ୍ସ୍ୟଜୀବୀଙ୍କ ପକ୍ଷରୁ ନିବେଦନ କରାଯାଇଛି । ପାରାଦୀପରେ 'ଗୁଲାବ'ର ପ୍ରଭାବରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି ।

ଗୁଲାବର ପ୍ରଭାବ, ପାରାଦୀପ ସମୁଦ୍ରକୂଳରେ ୩ ନମ୍ବର ବିପଦ ସଙ୍କେତ

ସେପଟେ ଜଗତସିଂହପୁର ଜିଲ୍ଲାରେ ବର୍ଷାକୁ ନେଇ ସତର୍କତା ଜାରି କରାଯାଇଛି । ଏରସମା ବ୍ଲକର ଗଡ଼ବିସନପୁର ଓ ଜାପା ପଞ୍ଚାୟତର ସମୁଦ୍ରକୂଳିଆ ଲୋକେ ନିରାପଦ ସ୍ଥାନକୁ ଚାଲିଯାଇଥିବା ଖବର ମିଳିଛି । ସମୁଦ୍ରରେ ଜୁଆର ଅଧିକ ଥିବାରୁ ପାରାଦୀପ ବେଳାଭୂମିକୁ ଯିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।

ସେପଟେ ଗୋପାଳପୁର ଓ କଳିଙ୍ଗପାଟନମ୍‌ ମଧ୍ୟରେ ସାମୁଦ୍ରିକ ଝଡ଼ ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ରାଜ୍ୟ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । କେତେକ ସ୍ଥାନରେ ବର୍ଷାର ପରିମାଣ ବଢ଼ିପାରେ । ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Sep 26, 2021, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.