ETV Bharat / state

‘ଆଗ ମାଟି ପରେ ପାର୍ଟି, ଶେଷରେ ଦାମ ରାଉତ’ - Jagatsinghpur news

ଦାମ ରାଉତ ନିର୍ବାଚନ ଲଢିବେ ନାହିଁ । ଏପରି ଖବର କିଛିଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ବିଜେପିର ବରିଷ୍ଠ ନେତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 6, 2019, 10:20 PM IST

ଭୁବନେଶ୍ବର: ଦାମ ରାଉତଙ୍କ କଥା ହେଉଛି ଆଗ ମାଟି ପରେ ପାର୍ଟି । ଶେଷରେ ଦାମ ରାଉତ । ତାଙ୍କ ପାଇଁ ମାଟି ହେଉଛି ଏରସମା-ବାଲିକୁଦା । ସେଠାରେ ସମସ୍ତେ ତାଙ୍କ ଭାଇ ଓ ସଙ୍ଗାତ । ସେମାନଙ୍କ ସ୍ବାର୍ଥ ଓ ସେବା ଏକାନ୍ତ କାମ୍ୟ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଦାମ ରାଉତ ।

ଦାମ ରାଉତ ନିର୍ବାଚନ ଲଢିବେ ନାହିଁ । ଏପରି ଖବର କିଛିଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏହାକୁ ଖଣ୍ଡନ କରି ଏପରି ମନ୍ତବ୍ୟ ଦେଇଛନ୍ତି ବିଜେପି ନେତା । ବିଜେପି ଦଳ ଓ ଏହାର ନେତାଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ ଏହି ଦଳ ମାଧ୍ୟମରେ ସେ ନିଜ ଲୋକଙ୍କ ସେବା କରିବାର ସୁଯୋଗ ପାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତାଙ୍କ ବିରୋଧରେ ଭିଡିଓ ଭାଇରାଲ କରୁଥିବା ଲୋକଙ୍କ ବୃତ୍ତିଗତ ଧର୍ମ କିଛି ନାହିଁ । ଏସବୁ ଖବର ଗୁଜବ । ସେ ଆଗାମୀ ନିର୍ବାଚନ ଲଢୁଛନ୍ତି । ଏଥିପାଇଁ ଆସନ୍ତା 8ରେ ନାମାଙ୍କନ ଦାଖଲ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି । ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ଲଢିବେ ଓ ଭଲ ଭୋଟରେ ଜିତିବେ ବୋଲି ଦାମ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ନିଜ ଜନ୍ମମାଟି ହୋଇଥିବାରୁ ସେହି ସ୍ଥାନ ସେ ବାଛିଛନ୍ତି । ନବୀନଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ସ୍ବର ଉତ୍ତୋଳନ କରିଛି । ଏଥିପାଇଁ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ସେ ପ୍ରଶଂସା କରିଛନ୍ତି । ଏହାସହ ବିଜେଡିକୁ କେବଳ ବିଜେପି ହିଁ ସମାଧି ଦେଇପାରିବ । ଆଗାମୀ ନିର୍ବାଚନରେ ରାଜ୍ୟରେ ପରିବର୍ତ୍ତନ ହେବ ବୋଲି ଦାମ କହିଛନ୍ତି । ନବୀନ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ସେ ବିଜେପି ଯାଇଥିବା କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନିର୍ବାଚନ ଲଢ଼ିବେ ଦାମ। ଆସନ୍ତା 8ରେ ସେ ତାଙ୍କ ନାମାଙ୍କନ ଦାଖଲ କରିବେ। ସୋସିଆଲ ମିଡିଆରେ ଦାମ ନିର୍ବାଚନ ଲଢ଼ିବେ ନାହିଁ ବୋଲି ହେଉଥିବା ପ୍ରଚାରକୁ ଗୁଜବ କହିଛନ୍ତି। ସେ ଏରସେମା ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଓ ଭଲ ଭୋଟରେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏରସମା ବାଲିକୁଦା ମୋ ଜନ୍ମ ମାଟି ହୋଇଥିବାରୁ ସେହି ସ୍ଥାନ ମୁ ବାଛିଛି ବୋଲି ଦାମ କହିଛନ୍ତି। ବିଜେପି ଯୋଗ ଦେବା ପରେ ଦାମ ସିଧା ନବୀନଙ୍କୁ ଟାର୍ଗେଟ କରିଥିଲେ। ଯଦିଓ ତାଙ୍କ ପୁଅଙ୍କୁ ଟିକେଟ ବିଜେଡି ଦେଇଛି ତେବେ ସେ ନବୀନ ସରକାର କୁ ଗାଦିଚ୍ୟୁତ କରିବାକୁ ବିଜେପି ଯାଇଛନ୍ତି ବୋଲି କହିଛନ୍ତି।

Body:ବାଇଟ- ଦାମୋଦର ରାଉତ, ବରିଷ୍ଠ ବିଜେପି ନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.