ETV Bharat / state

‘ବୁଲବୁଲ’ ପରେ ବଳିପଡିଲା ଦୁଃଖ

ବାତ୍ୟା ‘ବୁଲବୁଲ’ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି। ଫସଲ ସବୁ ନଷ୍ଟ ହେବା ଫଳରେ ଚଡକ ପଡ଼ିଛି ଚାଷୀ ମୁଣ୍ଡରେ। ଅଧିକ ପଢ଼ନ୍ତୁ...

author img

By

Published : Nov 11, 2019, 9:46 PM IST

ବୁଲବୁଲ ପରେ ବଳିପଡିଲା ଦୁଖଃ

ଜଗତସିଂହପୁର: ଜିଲ୍ଲାରେ ‘ବୁଲବୁଲ’ ଛାଡିଯାଇଛି ଦୁଃଖ। ଧୋଇ ନେଲା ଚାଷ, ଉଜାଡ଼ି ଦେଲା ସୁନାର ଫସଲ। ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ। ‘ଫାଇଲିନ’, ‘ଫନି’ ପରେ ଅଣ୍ଟା ସଳଖି ପାରିନଥିବା ଚାଷୀ ଉପରେ ପୁଣି ବୋଝ ଉପରେ ନଳିତା ବିଡା ଲଦି ଦେଇଛି ‘ବୁଲବୁଲ’। ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ।

‘ବୁଲବୁଲ’ ପ୍ରଭାବରେ ସମଗ୍ର ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛି ପ୍ରଶାସନ। ଜିଲ୍ଲାରେ ମୋଟ 29 ହଜାର 450 ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ବିଶେଷ ଭାବରେ ପାରାଦୀପ ସଂଲଗ୍ନ ବାଲିତୁଠ, ପାରାଦୀପ ଗଡ, କୁଜଙ୍ଗ, ନାଉଙ୍ଗା ବ୍ଲକର ଡେରିକି, ତିରୁଣା, ଜମୁଙ୍ଗା, ସେହିପରି ବିରିଡ଼ି ବ୍ଲକର ଗେଲପୁର, ବରେଡ଼ିଆ, ଶିବପୁର, ଶଙ୍କରପୁର, ଅଲଣ୍ଡରେ ବ୍ୟାପକ ଭାବରେ ପନିପରିବା ସହିତ ପାନ ଓ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଧାନ ଗୁଡ଼ିକ ଅମଳ ଉପଯୋଗୀ ହୋଇଥିଲେ ମଧ୍ୟ କ୍ଷେତରେ ସେଗୁଡିକ ଶୋଇ ରହିଛି। ବିଲ ମଧ୍ୟରେ ପାଣି ନିଷ୍କାସିତ ହୋଇ ନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଯାବତ ସଠିକ କ୍ଷୟକ୍ଷତିର ଆକଳନ କରାଯାଇ ପାରିନାହିଁ। ଜିଲ୍ଲାରେ ଶହ ଶହ ହେକ୍ଟର ପନିପରିବା ନଷ୍ଟ ହୋଇଛି। କୋବି, ବାଇଗଣ, ଝୁଡଙ୍ଗ, ବିନ୍ସ, ଟମାଟୋ, କୋଶଳା ଆଦି ପରିବା ନଷ୍ଟ ହେବ ସହ କୋଳଥ ଓ ବିରି ଗଛ ଉଜୁଡି ଯାଇଛି।

ବୁଲବୁଲ ପରେ ବଳିପଡିଲା ଦୁଖଃ

ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ପରିଚିତ। ଏଠାରେ ପ୍ରାୟ 55 ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଚାଷ ଓ ଚାଷୀଙ୍କ ଉପରେ ଗଭୀର ପ୍ରଭାବ ପକାଉଛି। ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତି ପୂରଣ ଦେବାକୁ ଦାବି ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Anchor
ଜଗତସିଂହପୁର ଜିଲ୍ଲାରେ ବୁଲ ବୁଲ ଦେଇଗଲା ଦୁଃଖ। ଉଜାଡ଼ି ଦେଲା ଫସଲ। ଧୋଇ ଗଲା ଚାଷ ।ଭାଙ୍ଗିଦେଲା ଚାଷୀ ର ମେରୁଦଣ୍ଡ।ହୁଡ଼ ହୁଡ଼ ଓ ଫାଇଲିନ ପରେ ଅଣ୍ଟା ସଳଖୀ ପାରିନଥିବା ଚାଷୀ ଉପରେ ଫୁଣି ବୋଝ ଉପରେ ଲଳିତା ବିଡା, ଲଦି ଦେଇଛି ବୁଲ ବୁଲ।ଯାହାକୁ ନେଇ ଚିନ୍ତା ରେ ଚାଷୀକୁଳ।
Vo_1
ବୁଲ ବୁଲ ପ୍ରଭାବ ରେ ସମଗ୍ର ଜିଲାରେ ଖେୟକ୍ଷେତି ପ୍ରାଥମିକ ଆକଳନ କରିଛି ପ୍ରଶାସନ।ଜିଲାରେ ମୋଟ 29,450 ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି।ବିଶେଷ ଭାବରେ ପାରାଦ୍ୱୀପ ସଂଲଗ୍ନ ବାଲିତୁଠ,ପାରାଦ୍ୱୀପ ଗଡ,କୁଜଙ୍ଗ, ନାଉଙ୍ଗା ବ୍ଲକ ର ଡେରିକି, ତିରୁଣା, ଜମୁଙ୍ଗା, ସେହିପରି ବିରିଡ଼ି ବ୍ଲକ ର ଗେଲପୁର, ବରେଡ଼ିଆ, ଶିବପୁର, ଶଙ୍କର ପୁର, ଅଲଣ୍ଡ,ରେ ବ୍ୟାପକ ଭାବରେ ପନି ପାରିବା ଚାଷ ସହିତ ପାନ ଚାଷ, ଓ ଧାନ ଚାଷ କ୍ଷତିଗ୍ରସ୍ଥ ହୋଇଛି।
VO_2
ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଧାନ ଗୁଡ଼ିକ ଅମଳ ଉପଯୋଗୀ ହୋଇଥିଲେ ମଧ୍ୟ କ୍ଷେତ ରେ ସେଗୁଡିକ ସୋଇ ରହିଛି। ବିଲ ମଧ୍ୟରେ ପାଣି ନିଷ୍କାସିତ ହୋଇ ନଥିବାରୁ ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲାର ଅଧିକାଂଶ ଚାଷୀ।ଜିଲା ପ୍ରଶାସନ ପକ୍ଷରୁ ଏଯାବତ ସଠିକ ଖେୟକ୍ଷେତି ର ଆକଳନ କରାଯାଇ ପାରିନାହିଁ। ଜିଲାରେ ଶହ ଶହ ହେକ୍ଟର ପନି ପାରିବ ନଷ୍ଟ ହୋଇଛି।କୋବି, ବାଇଗଣ, ଝୁଡଙ୍ଗ, ବିମ୍ ,ଟମାଟୋ, କୋଶିଳା।ଆଦି ପନି ପରିବା ନଷ୍ଟ ହେବ ସହ କୋଳଥ ଓ ବିରି ଗଛ ଉଜୁଡି ଯାଇଛି।
final _vo
ଜଗତସିଂହପୁର ଜିଲ୍ଲା ରାଜ୍ୟ ରେ ଏକ କୃଷି ପ୍ରଧାନ ଜିଲା ଭାବେ ପରିଗଣିତ।ଜିଲାରେ ପ୍ରାୟ 55 ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରିଥାନ୍ତି।ଜିଲାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଚାଷ ଓ ଚାଷୀ ଙ୍କ ଉପରେ ଗଭୀର ଭାବରେ ପ୍ରଭାବ ପକାଉଛି। ତୁରନ୍ତ ଖେୟ କ୍ଷେତି ର ଆକଳନ କରାଯାଇ ତୁରନ୍ତ କ୍ଷେତି ପୁରଣ ଦେବାକୁ ଦାବୀ ହେଉଛି।

Body:byt _ chasi

Conclusion:report_ susanta patra
jagatsinghpur
PKG
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.