ETV Bharat / state

Lawyer's Arrest: ଆଇନଜୀବୀଙ୍କ ଗିରଫ ପ୍ରତିବାଦରେ କୋର୍ଟ ବର୍ଜନ - Court boycott

ଆଇନଜୀବୀ ଓ ପୋଲିସ ମୁହାଁମୁହିଁ । ଆଇନଜୀବୀଙ୍କୁ ରାତି ଅଧରେ ଉଠାଇ ଆଣିଲା ପୋଲିସ । ଅଧିକ ପଢନ୍ତୁ

Lawyer's Arrest : ଆଇନଜୀବୀଙ୍କ ଗିରଫ ପ୍ରତିବାଦରେ କୋର୍ଟ ବର୍ଜନ

author img

By

Published : Nov 24, 2021, 9:45 PM IST

ଜଗତସିଂହପୁର: ସହରରେ ଆଇନଜୀବୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଜଣେ ଆଇନଜୀବୀଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଆଜି(ବୁଧବାର) ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା କୋର୍ଟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କୋର୍ଟ ବର୍ଜନ କରିଛନ୍ତି । ଏହାସହ ଗେଟରେ ତାଲା ପକାଇ ଦିଆଯାଇଛି। ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ପାଳାସୋଳ ଗାଁର ଆଇନଜୀବୀ ରମାନନ୍ଦ ପଣ୍ଡା ଓ ତାଙ୍କ ପତ୍ନୀ ମିଲି ପଣ୍ଡାଙ୍କ ମଧ୍ୟରେ ବିବାଦ ହୋଇଥିଲା ।

Lawyer's Arrest : ଆଇନଜୀବୀଙ୍କ ଗିରଫ ପ୍ରତିବାଦରେ କୋର୍ଟ ବର୍ଜନ

ଫଳରେ ମିଲି ପଣ୍ଡା ଆଇନଜୀବୀ ରମାନନ୍ଦଙ୍କ ବିରୋଧରେ ଜଗତସିଂହପୁର ଥାନାରେ ମାମଲା ରୁଜ୍ଜୁ କରିଥିଲେ। ପୋଲିସ ଗତ ସୋମବାର ରାତି 2ଟା ରେ ଶୋଇଥିବା ଅବସ୍ଥାରେ ରମାନନ୍ଦଙ୍କୁ ଉଠାଇ ଆଣିଥିଲା । ଏହାସହ ଥାନାରେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଜିଲ୍ଲା ବାର ଆସୋସେନ ଏହାର ପ୍ରତିବାଦ କରିବା ସହ ଜଗତସିଂହପୁର ଥାନା ଅଧିକାରୀଙ୍କ ବହିଷ୍କାର ଦାବି କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.