ଜଗତସିଂହପୁର: ସାପ୍ତାହିକ ହାଟକୁ ବନ୍ଦ କଲା ପ୍ରଶାସନ । ଜଗତସିଂହପୁର ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ଏହି ହାଟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି । ଏହି ହାଟକୁ ସପ୍ତାହରେ ଶନିବାର ଓ ମଙ୍ଗଳବାର ବସିଥାଏ ।
ଜଗତସିଂହପୁର ସହରର ପ୍ରମୁଖ ପରିବା ମାର୍କେଟ ସୋମନାଥ ହାଟକୁ ପ୍ରବଳ ଜନଗହଳି ହେଉଥିବାରୁ ସଂକ୍ରମଣ ଆଶଙ୍କା ଥିବାରୁ ବନ୍ଦ କରିଦିଆଯାଇଛି । ଏହାକୁ ନେଇ ପ୍ରଶାସନ ପରିବା ବିକ୍ରିକୁ ମଧ୍ୟ ବନ୍ଦ କରିଦେଇଛି । ପୌର ପ୍ରଶାସନ ପକ୍ଷରୁ ବ୍ୟବସାୟୀ ଓ ଜନସାଧାରଣଙ୍କୁ ହାଟକୁ ନଯିବା ପାଇଁ ମାଇକ ଯୋଗେ ଆଗୁଆ ସୂଚନା ଦେଇଛନ୍ତି । କିନ୍ତୁ କିଛି ବ୍ୟବସାୟୀ ପରିବା ବିକ୍ରି କରୁଥିବା ସୂଚନା ପାଇ ପୋଲିସ ସେମାନଙ୍କୁ ହାଟ ଛାଡି ଚାଲିଯିବାକୁ ନିବେଦନ କରିଛି । ତେବେ କେତେକ ବ୍ୟବସାୟୀ ହାଟ ବାହାରେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାସ ଧାରୀ ମାନଙ୍କ ଗାଡିକୁ କଡାକଡି ଯାଞ୍ଚ କରିଛି । ସ୍ଥାନୀୟ ଥାନ ଛକ ନିକଟରେ ଯାଞ୍ଚ ଜୋରଦାର କରିବା ସହିତ ଫାଇନ ଆଦାୟ କରାଯାଇଛି। ପ୍ରାୟ 25 ଟି ଗାଡିକୁ ରିକୁଅସନ କରାଯାଇ ଗ୍ରାମାଞ୍ଚଳରେ ଚେକିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ