ETV Bharat / state

କୋରୋନା ପ୍ରଭାବ: ଜନଶୂନ୍ୟ ମା' ଶାରଳା ଓ ଗୋରଖନାଥଙ୍କ ପୀଠ

author img

By

Published : Mar 19, 2020, 9:55 PM IST

କୋରୋନାକୁ ନେଇ ଜନଶୂନ୍ୟ ହୋଇଉଠିଛି ଜଗତସିଂହପୁର ଜିଲ୍ଲାର ମା' ଶାରଳା ଓ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥଙ୍କ ପୀଠ । ଅଧିକ ପଢନ୍ତୁ...

jagatsinghpur
ଜନଶୂନ୍ୟ ମା' ଶାରଳା ଓ ଗୋରେଖନାଥଙ୍କ ପୀଠ

ଜଗତସିଂହପୁର: କୋରୋନାକୁ ନେଇ ସଜାଗ ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମା' ଶାରଳା ଓ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥଙ୍କ ପୀଠରେ କୋରୋନାକୁ ନେଇ ଲାଗିଛି ଅଘୋଷିତ କର୍ଫ୍ୟୁ । ଜନଶୂନ୍ୟ ହୋଇପଡିଛି ଦୁଇ ପ୍ରମୁଖ ପୀଠ । ଦୈନିକ ହଜାର ହଜାର ଦର୍ଶନାର୍ଥୀଙ୍କ ଗହଳି ଲାଗି ରହୁଥିବା ଏହି ପୀଠରେ ଏବେ କାଉ କୋଇଲି ବି ଉଡୁନଥିବା ଦେଖିବାକୁ ମିଳିଛି ।

ଜନଶୂନ୍ୟ ମା' ଶାରଳା ଓ ଗୋରେଖନାଥଙ୍କ ପୀଠ

ଏଠାରେ ନିସ୍ତବ୍ଧର ଚାଲୁଛି ରାଜୁତି । ସନ୍ଧ୍ୟା ନଇଁଲେ ପାଳିଆ ସେବକ ମାନେ ନୀତି ସାରି ଚାଲିଯାଉଛନ୍ତି ନିଜ ନିଜ ଘରକୁ । ଏହି 2 ପୀଠରେ 144 ଲାଗୁ କରାଯାଇଥିବାରୁ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ଶାରଳା ମନ୍ଦିର ଓ ଗୋରଖନାଥଙ୍କ ମନ୍ଦିରକୁ ବସ ଚଳାଚଳ ବନ୍ଦ ରହିଛି ।

ମନ୍ଦିର ବେଢା ମଧ୍ୟକୁ ପାଳିଆ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.