ETV Bharat / state

କୋରୋନା କାୟା, ଜଗତସିଂହପୁରରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

author img

By

Published : Oct 2, 2020, 9:09 AM IST

ଥମିବାର ନାଁ ନେଉନି କୋରୋନା। ଜିଲ୍ଲାରେ ଶୁକ୍ରବାର କୋରୋନା ନେଇଛି ଆଉ ଏକ ମୁଣ୍ଡ। ମୃତକ ଜଣକ ହେଲେ ଏରସମା ଅଞ୍ଚଳର 64 ବର୍ଷୀୟ ବୃଦ୍ଧ। ସେ ମଧୁମେହରେ ପୀଡିତ ଥିଲେ। ଏହାକୁ ନେଇ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଉଛି।

କୋରୋନା କାୟା, ଜଗତସିଂହପୁରରେ ସଂକ୍ରମଣ ମୃତ୍ୟୁ ସଂଖ୍ୟା 9 କୁ ବୃଦ୍ଧି

ଜଗତସିଂହପୁର: ଥମିବାର ନାଁ ନେଉନି କୋରୋନା। ଜିଲ୍ଲାରେ ଶୁକ୍ରବାର କୋରୋନା ନେଇଛି ଆଉ ଏକ ମୁଣ୍ଡ। ମୃତକ ଜଣକ ହେଲେ ଏରସମା ଅଞ୍ଚଳର 64 ବର୍ଷୀୟ ବୃଦ୍ଧ। ସେ ମଧୁମେହରେ ପୀଡିତ ଥିଲେ। ଏହାକୁ ନେଇ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଉଛି।

ତେବେ ଜିଲ୍ଲାରେ ଶୁକ୍ରବାର 83 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ରୁ 13, ବିରିଡି ରୁ 5, ଏରସମା ରୁ 4, ଜଗତସିଂହପୁରରୁ ବ୍ଲକରୁ 15, କୁଜଙ୍ଗ ରୁ 14, ନାଉଗାଁ ରୁ 5, ପାରାଦ୍ୱୀପରୁ 13, ରଘୁନାଥପୁର ରୁ 1, ଜଗତସିଂହପୁର ସହର ରୁ 9 , ଓ ତ୍ରିତଲ ରୁ 4 ଜଣ ଚିହ୍ନଟ କରାଯାଇଛି । ଟେଷ୍ଟ ସଂଖ୍ୟା କମାଇ ଦିଆଯାଇ ଥିବାରୁ କେତେକ ଲୋକେ ଟେଷ୍ଟ ନକରି ଫେରି ଯାଇଥିଲେ।

ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5384 ରେ ପହଁଛି ଥିବା ବେଳେ ସେମାନଙ୍କ ମଧ୍ୟରୁ 4156 ଜଣ ଏବେ ସୁସ୍ଥ ହୋଇ ସାରିଲେଣି। ଏବେ ସୁଦ୍ଧା 1220 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.