ETV Bharat / state

ଭିତ୍ତିପ୍ରସ୍ତରରେ ଅଟକିଛି ମାତୃ ଓ ଶିଶୁ ୱାର୍ଡ ନିର୍ମାଣ କାମ - maternal and child wards

ଭିତ୍ତିପ୍ରସ୍ତରରେ ଅଟକିଛି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ 100 ଶର୍ଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ୱାର୍ଡ ନିର୍ମାଣ କାମ । ଅଧିକ ପଢନ୍ତୁ...

ଭିତ୍ତିପ୍ରସ୍ତରରେ ଅଟକିଛି ମାତୃ ଓ ଶିଶୁ ୱାର୍ଡ ନିର୍ମାଣ କାମ

author img

By

Published : Mar 16, 2021, 2:01 PM IST

ଜଗତସିଂହପୁର: ନାହିଁ ନାହିଁରେ ଚାଲିଛି ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟସେବା । ଭିତ୍ତିପ୍ରସ୍ତରରେ ଅଟକିଛି ମେଡିକାଲର ଅନେକ ଉନ୍ନତି ମୂଳକ କାମ । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଜିଲ୍ଲାର ପାଖାପାଖି 12 ଲକ୍ଷ ଲୋକ ମୁଖ୍ୟଚିକିତ୍ସାଳୟ ଉପରେ ନିର୍ଭର କରୁଥିବାବେଳେ ଏଥିରେ ରହିଛି ମାତ୍ର 126ଟି ବେଡ୍‌ । ଯାହାକୁ ନେଇ ଅନେକ ସମୟରେ ଆନ୍ଦୋଳନ ହୋଇଥିଲେ ବି କିଛି ସୁଫଳ ମିଳିନି ।

ଭିତ୍ତିପ୍ରସ୍ତରରେ ଅଟକିଛି ମାତୃ ଓ ଶିଶୁ ୱାର୍ଡ ନିର୍ମାଣ କାମ

ସେପଟେ 2020 ମସିହା ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ 18 କୋଟି ଟଙ୍କା ବ୍ୟୟରେ 100 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ୱାଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି ।

ଜିଲ୍ଲାରେ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଦାବି ହେଉଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଆନ୍ତରିକତାର ଅଭାବ ପାଇଁ ଜିଲ୍ଲାର ସ୍ବାସ୍ଥ୍ୟବସ୍ଥା ଏପରି ସ୍ଥିତିରେ ଥିବା ଅଭିଯୋଗ ହେଉଛି । ଯାହାର ଜଳନ୍ତ୍ବ ଉଦାହରଣ ମାତୃ ଓ ଶିଶୁ ୱାର୍ଡ ବୋଲି କୁହାଯାଉଛି । ସେପଟେ ମାତୃ ଓ ଶିଶୁ ୱାର୍ଡ ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଆଶ୍ବାସନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ପୁରୀ, ଭଦ୍ରକ ଓ ଯାଜପୁର ମେଡିକାଲ କଲେଜ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ପଡୋଶୀ କେନ୍ଦ୍ରାପଡା ଜିଲ୍ଲା ପାଇଁ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ 100 କୋଟିର ବ୍ୟବସ୍ଥା କରିଛନ୍ତି । ହେଲେ ଜଗତସିଂହପୁର ଜିଲ୍ଲା ପ୍ରତି ସ୍ବାସ୍ଥ୍ୟ ବିଭାଗ ବୈମାତୃକ ମନୋଭାବ ପୋଷଣ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ତେବେ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ଏଠାକୁ ଆସୁଥିବାବେଳେ ସଠିକ୍‌ ସ୍ବାସ୍ଥ୍ୟସେବା ନପାଇ ଅନେକ ନର୍ସିଂହୋମକୁ ଯାଉଥିବା ନଜର ଆସୁଛି । ଯାହା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.