ETV Bharat / state

ଜଳସମ୍ପଦ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା, ହଂସୁଆ ନଦୀ ଯୋଗୁଁ ଉପୁଜୁଥିବା ସମସ୍ୟାର ସମାଧାନ ଦାବି - ଜଗତସିଂହପୁର ଜଳସମ୍ପଦ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

Congress protest over hansua river cleanness: ଜଗସିଂହପୁର ଜିଲ୍ଲା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା । ହଂସୁଆ ନଦୀର ସଫେଇକରଣ, ଶର୍ଯ୍ୟାଖନନ, ବନ୍ଧ ସୁଦୃଢିକରଣ ଭଳି 5 ଦଫା ଦାବି । ଅଧିକ ପଢନ୍ତୁ

ଜଳସମ୍ପଦ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା
ଜଳସମ୍ପଦ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା
author img

By ETV Bharat Odisha Team

Published : Dec 9, 2023, 9:10 AM IST

ଜଳସମ୍ପଦ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା

ଜଗତସିଂହପୁର: ଜିଲ୍ଲା ଜଳ ସମ୍ପଦ ବିଭାଗକୁ ଘେରିଲା କଂଗ୍ରେସ । ହଂସୁଆ ନଦୀର ଯୋଗୁଁ ବିଶେଷକରି ରଘୁନାଥପୁର, ତିର୍ତ୍ତୋଲ ଓ ବିରିଡି ବ୍ଲକର ଚାଷୀମାନେ ବ୍ୟାପକ ସସମ୍ୟା ଭୋଗୁଥିବା ବେଳେ ଏହାର ସମାଧାନ ପାଇଁ ଦାବି ଉଠିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 5 ଦଫା ଦାବି ସମ୍ବଳିତ ପତ୍ର ଦିଆଯିବା ସହ ଜିଲ୍ଲା ଜଳ ସମ୍ପଦ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଶତାଧିକ କଂଗ୍ରେସ କର୍ମୀ । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରୀ ତୀବ୍ରତର କରାଯିବା ନେଇ ଦଳପକ୍ଷରୁ ଚେତାବନୀ ଦିଆଯାଇଛି ।

ହଂସୁଆ ନଦୀ ଯୋଗୁଁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ଜଗତସିଂହପୁର ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିଲା । ଶୁକ୍ରବାର ଦିନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଜଗତସିଂହପୁର ଚର୍ଚ୍ଚିକା ବଜାର ନିକଟରେ ଥିବା ଜିଲ୍ଲା ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣାରେ ବସିଥିଲେ । ଏଥିସହ 5 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ପ୍ରଦାନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ମହାନଦୀର ଜଳ ଭାଗ ମିଳିବ କି ନାହିଁ ସନ୍ଦେହ ହେଉଛି: କଂଗ୍ରେସ

ତେବେ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ଅଭିଯୋଗ ଅନୁଯାୟୀ, 'ଜଗତସିଂହପୁରର ରଘୁନାଥପୁର, ତିର୍ତ୍ତୋଲ ଓ ବିରିଡି ବ୍ଲକ ଦେଇ ପ୍ରବାହିତ ହେଉଥିବା ହଂସୁଆ ନଦୀ ଏବେ ଏହି ଅଞ୍ଚଳର ଲୋକଙ୍କ ଦୁଃଖର କାରଣ ପାଲଟିଛି । ବର୍ଷାଦିନେ ଜଳ ନିଷ୍କାସନ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, ରଘୁନାଥପୁର ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଯେଉଁଥିପାଇଁ ଚାଷ ଜମିକୁ ପାଣି ମାଡି ଆସିବା ଫଳରେ ଚାଷୀମାନେ ଅନେକ କ୍ଷତି ସହୁଛନ୍ତି । ଆଉମଧ୍ୟ ହଂସୁଆ ନଦୀକୁ ଠିକ ସମୟରେ ସଫା କରାଯାଉନାହିଁ । ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ନଦୀବନ୍ଧ ସୁରକ୍ଷା ପାଇଁ କୋଟିକୋଟି ଟଙ୍କାର ଅଟକଳ କେବଳ କାଗଜ କଲମରେ କରାଯାଉଥିବା ବେଳେ ବାସ୍ତବରେ ତାହା ହେଉନାହିଁ । ଫଳରେ ପାଣି ମାଡି ଚାଷଜମି ଜଳମଗ୍ନ ହେଉଛି । ଯାହା ଫଳରେ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଛି ।'

ତେବେ କଂଗ୍ରେସ ପକ୍ଷରୁ ଗତ 3 ମାସ ତଳେ ଏନେଇ ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏବେସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି କଂଗ୍ରେସ ନେତା ହିମାଂଶୁ ମଲ୍ଲିକ । ଯେଉଁଥିପାଇଁ ଜଳସମ୍ପଦ ବିଭାଗ ଆଗରେ ଧାରଣା ଦିଆଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ତେବେ ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆନ୍ଦୋଳନ ଜନଆନ୍ଦୋଳନରେ ପରିଣତ ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.