ଜଗତସିଂହପୁର: ସହରରେ ପାଳନ ହୋଇଛି କଂଗ୍ରେସ ପ୍ରତିଷ୍ଠା ଦିବସ । ଜିଲ୍ଲା କଂଗ୍ରେସ ପକ୍ଷରୁ ଦଳୀୟ ପତାକା ଉତ୍ତୋଳନ କରାଯାଇ ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଛି । ପରେ କଂଗ୍ରେସ କାର୍ଯ୍ୟାଳୟରୁ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଏନଆରସି ଓ ଏନପିଆର ବିରୋଧରେ ନାରାବାଜି କରିଥିଲେ ।
ଏଥିସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା । ଯାହାକୁ ନେଇ ଟାଉନ ଥାନା ପୋଲିସ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିବା ଦେଖିବାକୁ ମିଳିଥିଲା ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ