ଜଗତସିଂହପୁର: ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକରେ ଶ୍ରଦ୍ଧାଞ୍ଜଳୀ ଜଣାଇବ ସହ କୋଭିଡ ସଚେତନତା କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡିର ସଭାପତି ନିହାର ରଞ୍ଜନ ନାୟକ, ପ୍ରଶାନ୍ତ କୁମାର ଦାସ ଓ ସିତାଂଶୁ ଶେଖର ରାଏଙ୍କ ନେତୃତ୍ବରେ ଲକଡାଉନ ଯୋଗୁଁ ହଇରାଣ ହେଉଥିବା କିଛି ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ, ସାନିଟାଇଜର ଓ ମାସ୍କ ବଣ୍ଟନ କରିବା ସହିତ କିପରି ଏ କୋରୋନା ମହାମାରୀରୁ ରକ୍ଷା ପାଇବେ ସେ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଗଧାଡ଼ିର କଂଗ୍ରେସ କର୍ମୀ ତିର୍ତ୍ତୋଲ ବ୍ଲକ କଂଗ୍ରେସ ଉପସଭାପତି ଧନଞ୍ଜୟ ସୂତାର, ଅଶ୍ବିନୀ ସ୍ବାଇଁ, ପ୍ରମୁଖ ଉପସ୍ଥିତ ଥିଲେ । ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଏପରି ଜନ ହିତକାର କାର୍ଯ୍ୟ ପାଇଁ ତିର୍ତ୍ତୋଲ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ