ETV Bharat / state

ପଛୁଆ ବର୍ଗଙ୍କ ସଂରକ୍ଷଣ ବୃଦ୍ଧି ଦାବି କଲା କଂଗ୍ରେସ

ଜଗତସିଂହପୁରରେ ପଛୁଆ ବର୍ଗଙ୍କ ସଂରକ୍ଷଣ ବୃଦ୍ଧି ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ବରେ କର୍ମୀଙ୍କ ଶୋଭାଯାତ୍ରା । ଅଧିକ ପଢ଼ନ୍ତୁ

author img

By

Published : Jun 6, 2022, 7:25 PM IST

ପଛୁଆ ବର୍ଗଙ୍କ ସଂରକ୍ଷଣ ବୃଦ୍ଧି ଦାବି କଲା କଂଗ୍ରେସ
ପଛୁଆ ବର୍ଗଙ୍କ ସଂରକ୍ଷଣ ବୃଦ୍ଧି ଦାବି କଲା କଂଗ୍ରେସ

ଜଗତସିଂହପୁର: ଓବିସି ଓ ପଛୁଆ ବର୍ଗଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ବଢ଼ାଇବା ଲାଗି ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ବରେ କର୍ମୀମାନେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବଢ଼ାଇବା ସହିତ ମହିଳା ମାନଙ୍କୁ ଦିଆ ଯାଇଥିବା ୩୩ ପ୍ରତିଶତ ସଂରକ୍ଷଣରୁ ପଛୁଆ ବର୍ଗ ମହିଳାଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବାକୁ ଦଳ ଦାବି କରିଛି । ଏହା ସହିତ ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନରେ ଓବିସି ବର୍ଗକୁ ପ୍ରାଧାନ୍ୟ ଦେବା ଆଦି ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ନଗରପାଳ ଅର୍ଚ୍ଚନା ସିଂ, ପୂର୍ବତନ ନଗରପାଳ ବିପ୍ଲବ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.