ETV Bharat / state

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ ! - ଜଗତସିଂହପୁର ବନ୍ୟା

ଚଳିତ ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ଏଣୁ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ଅଧିକ ପଢ଼ନ୍ତୁ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ !

author img

By

Published : Aug 31, 2022, 7:04 AM IST

ଜଗତସିଂହପୁର: ଜିଲ୍ଲାରେ ଚଳିତ ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ବିଶେଷ କରି କୁଜଙ୍ଗ ତର୍ତ୍ତୋଲ ନାଉଗାଁ ଅଞ୍ଚଳରେ ବନ୍ୟାପଣି ମାଡ଼ିଆସିବା ଯୋଗୁଁ ଧାନଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜିଲ୍ଲା କୃଷି ଅଧିକାରୀ ରାଜକିଶୋର ଦାସଙ୍କ କହିବା ଅନୁଯାୟୀ ଜିଲ୍ଲାରେ ମୋଟ ୪ ହଜାର ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଧୋଇ ଯାଇଛି ।

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ !

ଏହାକୁ ନେଇ ଜିଲ୍ଲା କୃଷି ବିଭାଗର ରିପୋର୍ଟ ଅନୁସାରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ସଅଳ ଚାଷ ପାଇଁ ସୁଲଭ ମୂଲ୍ୟରେ ଉନ୍ନତମାନର ଧାନ ବିହନ, ମୁଗ, ବିରି ଓ ଚିନା ବାଦାମ ମଞ୍ଜି କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ବନ୍ୟାଯୋଗୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଳ ସେଚିତ ଜମି ବାବଦରେ ହେକ୍ଟର ପିଛା 13 ହଜାର500 ଟଙ୍କା ପ୍ରଦାନ କରାଯିବ।

ସେହିପରି ଅଣ ଜଳ ସେଚିତ ଜମି ବାବଦରେ ବିଭାଗ ପକ୍ଷରୁ ହେକ୍ଟର ପିଛା 6 ହଜାର 800 ଟଙ୍କା କ୍ଷେତି ପୂରଣ ଚାଷୀଙ୍କୁ ପ୍ରଦାନ କରାଯିବ। ଜିଲ୍ଲାରେ ଭାଗ ଚାଷୀ ମାନଙ୍କ ପାଇଁ ବିଚାର ବିମର୍ଷ କରାଯାଉଥିବା କୃଷି ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.