ETV Bharat / state

ଚେରିତୋଳ ବାଲିଯାତ୍ରାର ଶେଷ ସନ୍ଧ୍ୟା, ଦର୍ଶକଙ୍କ ଖଚାଖଚ ଭିଡ଼

author img

By ETV Bharat Odisha Team

Published : Dec 5, 2023, 6:38 AM IST

ଶେଷ ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ଚେରିତୋଳ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

Cheritol baliyatra in Jagatsinghpur
Cheritol baliyatra in Jagatsinghpur
ଚେରିତୋଳ ବାଲିଯାତ୍ରାର ଶେଷ ସନ୍ଧ୍ୟା

ଜଗତସିଂହପୁର: ଶେଷ ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ଚେରିତୋଳ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ତେବେ ଶେଷ ସନ୍ଧ୍ୟାରେ ବାଲିଯାତ୍ରାରେ ଖଚାଖଚ୍‌ ଭିଡ଼ ଦୋଖିବାକୁ ମିଳିଥିଲା । ଏହି ଉଦଯାପନ ଦିବସରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା ଯୋଗଦେଇ ଜଗତସିଂହପୁର ଜିଲ୍ଲାର ଅନନ୍ୟ ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତି ଉପରେ ଅଲୋକପାତ କରିଥିଲେ ।

ତେବେ ଏହି ଅବସରରେ ଶଶୀ ଭୂଷଣ କହିଛିଲେ ଯେ, ଆମ ଐତିହ ପରମ୍ପରା ଓ ସଂସ୍କୃତିକୁ ମନେ ପକାଇ ଏହି ବାଲାଯାତ୍ରା ଆରମ୍ଭ ହୋଇଛି । ଅଭିଭକ୍ତ କଟକ ଜିଲ୍ଲାରେ ଜଗତସିଂହପୁର ଥିବାବେଳେ ଜଗତସିଂହପୁର ସହିତ ସେ ଓତଃପ୍ରୋତ ଭବେ ଜଡ଼ିତ ଥିଲେ । ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା କରିବା ପରେ କଳିଙ୍ଗର ନୌବାଣିଜ୍ୟ ପରମ୍ପରାକୁ ଉଜୀବିତ କରିବା ପାଇଁ ଜଣେ ମହିଳାଙ୍କୁ ଜଳପଥରେ ଇଣ୍ଡୋନେସିଆକୁ ପଠାଇଥିଲେ । ଯାହା କଳିଙ୍ଗ ସାଧବ ପୁଅର ବୀରତାର ପରାକାଷ୍ଠା ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ ।

ଐତିହାସିକମାନଙ୍କ ଗବେଷଣାରୁ ଜଣାପଡ଼େ ଯେ, ପୂର୍ବରୁ ଚେରିତୋଳ ଠାରେ ଏକ ବନ୍ଦର ଥିଲା । ସେଠାରୁ ଓଡ଼ିଶାର ବଣିକମାନେ ବଙ୍ଗୋପସାଗର ଅତିକ୍ରମ କରି ବିଦେଶକୁ ନୈବାଣିଜ୍ୟ କରିବା ପାଇଁ ଯାଉଥିଲେ । ଏହାକୁ ଦୃଷ୍ଟିରେ ଦୀର୍ଘ ବର୍ଷ ହେବ ଏହି ଯାତ୍ରାର ପରିକଳ୍ପନା କରାଯାଇଥିଲା । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଯେକୌଣସି ବ୍ୟକ୍ତି ବିଧାୟକ ହୋଇଥାନ୍ତି ସେ ଏହାର ପରିଚାଳନା କରିଥାଆନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଚେରିତୋଳରେ ବାଲିଯାତ୍ରା, ନୌବଣିଜ୍ୟ ପରମ୍ପରାକୁ କରୁଛି ଜୀବନ୍ତ

ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ ଚେରିତୋଳ ବାଲିଯାତ୍ରା ଚଳିତ ବର୍ଷ 22 ବର୍ଷରେ ପଦାର୍ପଣ କରିଛି । ଯାହା ଏକ ଗୌରବର ଦିନ । ତିର୍ତ୍ତୋଲର ତତ୍କାଳୀନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରଥମେ ଗୋପିଆକୁଦ ମହାନଦୀ ପଠାରେ ବାଲିଯାତ୍ରାର ଆୟୋଜନ କରିଥିଲେ । ସେହିଦିନଠାରୁ ଯେତେ ବିଧାୟକ ଆସିଛନ୍ତି ସେମାନେ ଏହି ବାଲିଯାତ୍ରା ଆୟୋଜନ କରି ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏହି ବାଲିଯାତ୍ରାର କଳେବର ଦିନକୁ ଦିନ ବର୍ଦ୍ଧିତ ହେବା ସହ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଏହି ଯାତ୍ରାକୁ ଆସିଥାଆନ୍ତି । ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବେଶ ଆକର୍ଷିତ କରୁଛି । ଏହି ବାଲିଯାତ୍ରା ଆଗକୁ ଆହୁରି ବର୍ଦ୍ଧିତ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.