ETV Bharat / state

ଚୀନ କମ୍ପାନୀ ଚୂନ ଲଗାଇ ଫେରାର: ଦୁର୍ଦ୍ଦିନରେ ସ୍ଥାନୀୟ ଠିକାଦାର - CKCEC

ପାରାଦୀପ ତୈଳ ବିଶୋଧନାଗାର ମୂଖ୍ୟ ଫାଟକ ସମ୍ମୁଖରେ ବକେୟା ଅର୍ଥ ଦାବିରେ ସବକଣ୍ଟ୍ରାକ୍ଟରଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଓ କଳାପତାକା ପ୍ରଦର୍ଶନ । ଅଧିକ ପଢନ୍ତୁ...

ଚାଇନା କମ୍ପାନୀ ଚୁନ ଲଗାଇ ଫେରାର: ଦୁର୍ଦ୍ଦିନରେ ସ୍ଥାନୀୟ ଠିକାଦାର

author img

By

Published : Oct 30, 2021, 10:28 PM IST

ଜଗତସିଂହପୁର: ପାରାଦୀପ ତୈଳ ବିଶୋଧନାଗାର ମୂଖ୍ୟ ଫାଟକ ସମ୍ମୁଖରେ ବକେୟା ଅର୍ଥ ଦାବିରେ ସବକଣ୍ଟ୍ରାକ୍ଟରଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଓ କଳାପତାକା ପ୍ରଦର୍ଶନ । ତୈଳ ବିଶୋଧାନାଗାରରେ କାର୍ଯ୍ୟ କରୁଥିବା ଚୀନ ଠିକା ସଂସ୍ଥା CKCEC (ଚୀନ କୁନଲୁନ କଟ୍ରାକ୍ଟିଙ୍ଗ ଆଣ୍ଡ ଇଞ୍ଜିନିୟରିଂ କର୍ପୋରେସନ) ଟଙ୍କା ନଦେଇ ଫେରାର ହୋଇଯାଇଛି କି ଅଛି ତାହା ଠିକାଦାର ମାନଙ୍କ ପାଖରେ କୌଣସି ନିର୍ଦ୍ଧିଷ୍ଟ ଖବର ନାହିଁ l ମାତ୍ର ଉକ୍ତ ସମୟରେ ଆଇଓସିଏଲ ସମସ୍ତ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଗତ ୨ ବର୍ଷ ହେଲା ଧରାଛୂଆଁ ଦେଉନି ।

ଚୀନ କମ୍ପାନୀ ଚୂନ ଲଗାଇ ଫେରାର: ଦୁର୍ଦ୍ଦିନରେ ସ୍ଥାନୀୟ ଠିକାଦାର

ଆଇଓସିଏଲର ପିପି ପ୍ଲାଣ୍ଟ ନିର୍ମାଣର କାର୍ଯ୍ୟାଦେଶ ଚାଇନା ଠିକା ସଂସ୍ଥା ସି.କେ.ସି.ଇ.ସି ପାଇଥିଲା। ଏହି କମ୍ପାନୀ ସ୍ଥାନୀୟ ଯୁବକ ମାନଙ୍କୁ ସବକଂଟ୍ରାକ୍ଟର ଭାବେ ନିଯୁକ୍ତ କରି ପିପି ପ୍ଲାଣ୍ଟର କାର୍ଯ୍ୟ କରିଥିଲା। ଆଇଓସିଏଲରେ ଜମି ହରାଇ କିଛି ଟଙ୍କା ପାଇଥିବା ଯୁବକ ମାନେ ଲାଭ ଆଶାରେ ଏଥିରେ କାର୍ଯ୍ୟ କରିଥିଲେ। ମାତ୍ର ସମ୍ପୃକ୍ତ କମ୍ପାନୀ କାମ ସରିବା ପରେ ଏମାନଙ୍କ ଟଙ୍କା ଦେଇନଥିଲା।

ଫଳରେ ସ୍ଥାନୀୟ ଯୁବକ ମାନେ ଉକ୍ତ ଚାଇନା କମ୍ପାନୀକୁ ୨୦୧୯ ମସିହାରେ ଅଟକ ରଖିଥିଲେ। ଉକ୍ତ ସମୟରେ ଆଇଓସିଏଲ କତ୍ତୃପକ୍ଷ ସେମାନଙ୍କର ବକେୟା ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। ଯାହା ପାଣିରେ ଗାର ସଦୃଶ ପାଲଟିଛି l ଯଦି ଆଗାମୀ ତିନିଦିନ ମଧ୍ୟରେ ଠିକାଦାର ମାନଙ୍କୁ ସେମାନଙ୍କର ବକେୟା ଅର୍ଥ ପ୍ରଦାନ କରାନଯାଏ, ତେବେ ରାଜରାସ୍ତାକୁ ଓହ୍ଲାଇବା ସହିତ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.