ଜଗତସିଂହପୁର: ପୁଣି ଜିଲ୍ଲାରେ ଲଜ୍ଜା । ପାରାଦୀପ ଅଭୟଚାନ୍ଦପୁର ଥାନ ଅଧୀନସ୍ଥ CISF ହେଡ କନେଷ୍ଟବଳ ଏକ 4 ବର୍ଷର ଶିଶୁ କନ୍ୟାକୁ ଚକୋଲେଟ ଦେବା ଆଳରେ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଏମ କାଣ୍ଡା ସ୍ବାମୀକୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଆଣି ତଦନ୍ତ ଜାରି ରଖିଛି ପୋଲିସ।
ଅଭିଯୋଗ ଅନୁସାରେ, ପାରାଦୀପ IOCLରେ କାର୍ଯ୍ୟରତ CISF ହେଡ କନେଷ୍ଟବଳ କାଣ୍ଡା ସ୍ବାମୀ ଶନିବାର ସକାଳେ ବାରାକ ନିକଟରେ ବୁଲୁଥିବା ଏକ 4 ବର୍ଷର ନାବାଳିକାକୁ ଚକୋଲେଟ ଦେଇ ଦୁଷ୍କର୍ମ କରିଥିଲା। ଝିଅଟି ପାଟି କରିବାରୁ ବାରାକରେ ରହୁଥିବା ତା'ର ପରିବାର ଆସି ତାକୁ ଉଦ୍ଧାର କରିଥିଲେ।
ପରିବାର ଲୋକଙ୍କୁ ଦେଖି କାଣ୍ଡା ସ୍ବାମୀ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଲୋକେ ତାକୁ କାବୁକରି ଅଭୟଚାନ୍ଦପୁର ଥାନାରେ ଦେଇଥିଲେ। ଅନ୍ୟପଟେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ ପାରାଦୀପ ଓ ପରେ ଜଗତସିଂହପୁର ଡାକ୍ତରଖାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଜଗତସିଂହପୁର ଡାକ୍ତରଖାନାରେ ଡାକ୍ତର ନଥିବାରୁ ଶିଶୁକୁ କଟକ ବଡ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏ ଘଟଣାକୁ ନେଇ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ