ETV Bharat / state

କଂଗ୍ରେସ ଛାଡି ପାରନ୍ତି ଚିରଞ୍ଜୀବ ବିଶ୍ୱାଳ-ବାପି ସର୍ଖେଲ, ଚିନ୍ତା ପ୍ରକଟ କଲେ ଜିଲ୍ଲା କଂଗ୍ରେସ ସଭାପତି

author img

By

Published : Apr 8, 2023, 1:19 PM IST

କଂଗ୍ରେସ ଛାଡି ପାରନ୍ତି ଜଗତସିଂହପୁରର ଦୁଇ ହେଭିୱେଟ ନେତା ଚିରଞ୍ଜୀବ ବିଶ୍ୱାଳ ଓ ବାପି ସର୍ଖେଲ । ଚିନ୍ତା ପ୍ରକଟ କଲେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ । ଅଧିକ ପଢନ୍ତୁ

Chiranjeev Biswal may quit Congress
Chiranjeev Biswal may quit Congress
Chiranjeev Biswal may quit Congress

ଜଗତସିଂହପୁର: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଏବେ ଠାରୁ ପାଗଭିଡା ଆରମ୍ଭ କରିଦେଲେଣି ପ୍ରତିଦ୍ବନ୍ଦି ଦଳ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର ଛାମୁଆ ନେତାମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ସଭାପତିଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା ଆରମ୍ଭ କଲେଣି । ଏହାରି ମଧ୍ୟରେ ଜଗତସିଂହପୁର ଜିଲ୍ଲାର କଂଗ୍ରେସର ଦୁଇ ଟାଣୁଆ ନେତା ଚିରଞ୍ଜୀବ ବିଶ୍ୱାଳ ଓ ବାପି ସର୍ଖେଲ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି ।

ପୂର୍ବତନ ବିଧାୟକ ତଥା କଂଗ୍ରେସର ହେବିୱେଟ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଅନୁପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ହତୋତ୍ସାହିତ କରିଛି । 2019 ସାଧାରଣ ନିର୍ବାଚନରେ ଚିରଞ୍ଜୀବ ବିଶ୍ୱାଳ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଠାରୁ ହରିବା ପରେ ଜଗତସିଂହପୁରରେ ତାଙ୍କର ଆଉ ଦେଖା ମିଳିନଥିଲା । ଦଳର କୌଣସି ସାଙ୍ଗଠନିକ କାର୍ଯ୍ୟରେ ଚିରଞ୍ଜୀବଙ୍କ ଉପସ୍ଥିତ ଦେଖିବାକୁ ମିଳି ନଥିଲା । ଗତ ପୌର ପରିଷଦ ନିର୍ବାଚନରେ ଜଗତସିଂହପୁର ପୌରାଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯାଇଥିଲେ ମଧ୍ୟ ସେ ସମୟରେ ଚିରଞ୍ଜୀବ ବିଶ୍ୱାଳଙ୍କୁ କାଁ ଭାଁ ପ୍ରଚାର ମୈଦାନରେ ନଜର ଆସିଥିଲେ । କିନ୍ତୁ ପଞ୍ଚାୟତ ନିର୍ବାଚନ ସମୟରେ ଚିରଞ୍ଜୀବଙ୍କ ଅନୁପସ୍ଥିତି କଂଗ୍ରେସକୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା । ଏହା ମଧ୍ୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଯେତେ ସଭା ସମିତି କରାଯାଇଛି ସେଥିରେ ଚିରଞ୍ଜୀବ ଅନୁପସ୍ଥିତ ରହିଥିଲେ । କଂଗ୍ରେସର ଏହି ହେବି ୱେଟନେତା ଶାସକ ବିଜେଡି ଦଳରେ ସାମିଲ ହେବା ନେଇ ଜଗତସିଂହପୁରରେ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାକୁ ଏଡାଇ ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ ।

ଅପରପକ୍ଷେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବାପି ସର୍ଖେଲ କଂଗ୍ରେସ ଛାଡିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବାପି ସର୍ଖେଲ ଜିଲ୍ଲା କଂଗ୍ରେସର କୌଣସି ସାଙ୍ଗଠନିକ ବୈଠକରେ ଯୋଗ ଦେଉନଥିବା ଖୋଦ କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ ପ୍ରକାଶ କରିଛନ୍ତି । 2019 ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ବାପି ସର୍ଖେଲଙ୍କ ନାମ ଘୋଷଣା କରିଥିଲା । ନିର୍ବାଚନ ମୈଦାନରେ ଦାମଦୋର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ବିଜେଡି ବିଜୟୀ ହୋଇଥିଲେ ମଧ୍ୟ କମ୍ ଭୋଟ ବ୍ୟବଧାନରେ ବାପି ସର୍ଖେଲ ହାରି ଯାଇଥିଲେ ।

ଏହାପରେ ବାପି ସର୍ଖେଲ କଂଗ୍ରେସ ଠାରୁ ଦୂରେଇ ରହିଥିଲେ । ଗତ ପୌର ନିର୍ବାଚନରେ ବାପି ସର୍ଖେଲ ଆମ ପାରାଦ୍ୱୀପ ଆମ ପ୍ରଗତି ନାମରେ ଏକ ସଂଗଠନ ଗଢି ପୌର ନିର୍ବାଚନ ଲଢ଼ିଥିଲେ । ଏଥିରେ ସେ ସଫଳ ହେବାସହ ଅନେକ ପାରିଷଦଙ୍କୁ ବିଜୟୀ କରାଇଥିଲେ । ଜଗତସିଂହପୁରର ହେବିୱେଟ ନେତା ଚିରଞ୍ଜୀବ ବିଶ୍ୱାଳ ଓ ପାରାଦ୍ୱୀପର ଅରବିନ୍ଦ ସର୍ଖେଲ (ଓରଫ ବାପି) ଦଳ ଠାରୁ ଦୂରେଇ ଯାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ । ଉଭୟ ନେତାଙ୍କର ଯଦି ଏହିଭଳି କାର୍ଯ୍ୟକଳାପ ରହେ ତେବେ ସେ ଆଗାମୀ ଦିନରେ ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.