ଜଗତସିଂହପୁର: ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଇଞ୍ଜେନ କମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ଛଟେଇ କରାଯାଇ ଥିବାରୁ ପ୍ରତିବାଦ କରାଯାଇଛି । ଏନେଇ ଜିଲ୍ଲାରେ ଥିବା ସମସ୍ତ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଦିର୍ଘ 10 ବର୍ଷ ହେବ ଶ୍ରମିକମାନେ କମ୍ପାନୀରେ କାର୍ଯ୍ୟ କରିଆସୁଛନ୍ତି ।
ସରକାର ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ଯୋଗାଇବା ପାଇଁ ଟାଟା କମ୍ପାନୀକୁ ଦାୟିତ୍ବ ଦେଇଛନ୍ତି । କିନ୍ତୁ କମ୍ପାନୀ ନିଯୁକ୍ତି ଦେବା ସମୟରେ କୈଣସି କର୍ମଚାରୀଙ୍କୁ ଛଟେଇ କରିବ ନାହିଁ ବୋଲି କହିଥିଲା । କିନ୍ତୁ ଏବେ ଛଟେଇ କରୁଛି । ଯାହାକୁ ବିରୋଧ କରିଛନ୍ତି କର୍ମଚାରୀ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ