ETV Bharat / state

ଜଗତସିଂହପୁରରେ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ କମିଟି - jagatasinghpur news

ଜଗତସିଂହପୁର ଜିଲ୍ଲାରେ କେନ୍ଦ୍ରୀୟ ଟିମର ଅମ୍ଫାନ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ । ବାତ୍ୟା ଅମ୍ଫାନରେ ହୋଇଥିବା କ୍ଷୟକ୍ଷତି ଅଞ୍ଚଳକୁ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ କମିଟିକୁ ରିପୋର୍ଟ ପ୍ରଦାନ କରିଛି । ଅଧିକ ପଢନ୍ତୁ...

central-team-visit-in-cyclone-amphan-affected-area-in-jagatsinghpur
ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ କମିଟି
author img

By

Published : Jun 5, 2020, 8:30 PM IST

ଜଗତସିଂହପୁର: ଜିଲ୍ଲାରେ କେନ୍ଦ୍ରୀୟ ଟିମର ଅମ୍ଫନ ବାତ୍ୟା ଅଞ୍ଚଳ ଗସ୍ତ । ଜଗତସିଂହପୁର ଜିଲ୍ଲାରେ କେନ୍ଦ୍ରୀୟ ପ୍ରତିନିଧି ଦଳ ପ୍ରଥମେ ପାରାଦୀପ, କୁଜଙ୍ଗ ଓ ଏରସମା ପ୍ରଭୃତି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ଜିଲ୍ଲାରେ ହୋଇଥିବା ବାତ୍ୟା ଅମ୍ଫାନର କ୍ଷୟକ୍ଷତି କେନ୍ଦ୍ରୀୟ କମିଟି ଆକଳନ କରିଛି ।

ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ କମିଟି

ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଅମ୍ଫନ ପ୍ରଭାବରେ ୧୦,୭୪ ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ବେଳେ ୫୮,୫୮ ହେକ୍ଟର ଜଙ୍ଗଲ ଓ ୩୫୪ ଟି ପାନବରଜ ନଷ୍ଟ ହୋଇଛି । ସେହିଭଳି ବିଦ୍ୟୁତ ବିଭାଗର 1୩୬୯ ଟି ବିଦ୍ୟୁତ ଖୁଣ୍ଟ ଭଙ୍ଗି ପଡିଥିବା ବେଳେ ୫୧ ଟିଟିଡିଟି ଆର କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନର ଆକଳନ ଅନୁସାରେ ଜଙ୍ଗଲ ବିଭାଗର ୨୦ କୋଟି ୭୬ ଲକ୍ଷ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ୩୦ ଲକ୍ଷ, ଜନସ୍ବାସ୍ଥ୍ୟ ବିଭାଗର ୪୫.୨୫ ଲକ୍ଷ , ସ୍କୁଲ ଓ ଗଣଶିକ୍ଷା ବିଭାଗର ୨୭୯.୧୦ ଲକ୍ଷ, ପୂର୍ତ୍ତ ବିଭାଗର ୫୮.୯୫ ଲକ୍ଷ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ୫୬.୭୮ ଲକ୍ଷ ଟଙ୍କାର ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ କମିଟିକୁ ରିପୋର୍ଟ ଦେଇଛି ।

ଏହି କେନ୍ଦ୍ରୀୟ କମିଟିରେ ଅମରିସ୍ ପାଲ ସିଂ,କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ନିର୍ଦ୍ଦେଶକ ଏନ୍ ଆର୍ ଏଲ୍, କେ ପ୍ରସାଦ, ଅର୍ଥ ମନ୍ତ୍ରାଣାଳୟ ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରମୁଖ ପରିଦର୍ଶନ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.