ETV Bharat / state

ଜଗତସିଂହପୁର ଜିଲାପାଳଙ୍କ ନାମରେ ମାମଲା - collector

ଜଗତସିଂହପୁର ଜିଲାପାଳଙ୍କ ନାମରେ କ୍ଷମତାର ଅପବ୍ୟବହାର ଓ ଶୁକ୍ଳପିତ ହତ୍ୟା ଅଭିଯୋଗକୁ ନେଇ କୁଜଙ୍ଗ କୋର୍ଟରେ ଶୁଣାଣି ହୋଇଛି। ଅଧିକ ପଢନ୍ତୁ..

ଜିଲାପାଳଙ୍କ ନାମରେ ମାମଲା
ଜିଲାପାଳଙ୍କ ନାମରେ ମାମଲା
author img

By

Published : Sep 16, 2020, 7:57 PM IST

ଜଗତସିଂହପୁର: ଜିଲାପାଳଙ୍କ ନାମରେ କ୍ଷମତାର ଅପବ୍ୟବହାର ଓ ଶୁକ୍ଳପିତ ହତ୍ୟା ଅଭିଯୋଗକୁ ନେଇ କୁଜଙ୍ଗ କୋର୍ଟରେ ଶୁଣାଣି ହୋଇଛି। ସ୍ଥାନୀୟ ଅଭିଯୋଗକାରୀ ପ୍ରକାଶ ଜେନା ଓ ଖିର ଦାସ ଏହି ମାମଲା ଦାଏର କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୨୦୧୩ ମସିହାରେ ବର୍ତମାନ ଜଗତସିଂହପୁର ଜିଲାପାଳ ସଂଗ୍ରାମ ମହାପାତ୍ର ତତ୍କାଳୀନ ପୋସ୍କୋ ଲ୍ୟାଣ୍ଡ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ସେ ସମୟରେ ଆଇନକୁ ହାତକୁ ନେବା ସହ ସ୍ଥାନୀୟ ଲୋକଙ୍କୁ ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରିବା ସହ ବମ୍ ପକାଇ ଜଣକୁ ମାରିଦେଇଥିବା କୁଜଙ୍ଗ କୋର୍ଟରେ ଅଭିଯୋଗ ହେବାସହ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ ଖିର ଦାସ ଜି,ଆର୍ 256/13. 14. ଓ ଅଭିଯୋଗକାରୀ ପ୍ରକାଶ ଜେନା 184/13.1.CC 106/20 ଏହି ମାମଲା ରୁଜୁ କରିଛନ୍ତି ।

ତେବେ ମାନ୍ୟବର କୋର୍ଟ ଅଭିଯୋଗକୁ ଗ୍ରହଣ କରିବା ସହ ଆଜି ଶୁଣାଣି କରି ଅନ୍ୟଦିନକୁ ତାରିଖ ଘୁଞ୍ଚାଇ ଦେଇଛନ୍ତି । ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.