ETV Bharat / state

ଜଗତସିଂହପୁରରେ ବନ୍ଦ ହେଲା କରୋନା ଟୀକାକରଣ - carona vaccination

ଜଗତସିଂହପୁର ଜିଲ୍ଲାରେ 42ଟି ଟୀକାଦାନ କେନ୍ଦ୍ରରେ ବନ୍ଦ ହେଲାଣି ଟୀକାକରଣ । ଜିଲ୍ଲାକୁ କୋଭିଡ ଟୀକା ଯୋଗାଣ ବନ୍ଦ ରହିଥିବାରୁ ଟିକାଦାନ ବାଧାପ୍ରାପ୍ତ । ଅଧିକ ପଢନ୍ତୁ...

ଜଗତସିଂହପୁରରେ ବନ୍ଦ ହେଲା କରୋନା ଟୀକାକରଣ
ଜଗତସିଂହପୁରରେ ବନ୍ଦ ହେଲା କରୋନା ଟୀକାକରଣ
author img

By

Published : Apr 20, 2021, 9:29 PM IST

ଜଗତସିଂହପୁର: ଜିଲ୍ଲାରେ 42ଟି ଟୀକାଦାନ କେନ୍ଦ୍ରରେ ବନ୍ଦ ହୋଇଗଲାଣି କୋଭିଡ ଟିକାଦାନ ପ୍ରକ୍ରିୟା। ଜିଲ୍ଲାକୁ କୋଭିଡ ଟୀକା ଯୋଗାଣ ବନ୍ଦ ରହିଥିବାରୁ ଟିକାଦାନ ବାଧାପ୍ରାପ୍ତ ହୋଇଛି । ଜିଲାରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ 20 ହଜାରରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି ।

ଜଗତସିଂହପୁରରେ ବନ୍ଦ ହେଲା କରୋନା ଟୀକାକରଣ

କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ଜନସଂଖ୍ୟା ତୁଳନାରେ ପ୍ରାୟ 2 ପ୍ରତିଶତ ଲୋକଙ୍କୁ ଟୀକା ମିଳିଥିବା ସୂଚନା ମିଳିଛି । ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲୁଥିବାରୁ ଲୋକେ ଟୀକା ନେବା ପାଇଁ ଚାହିଁ ବସିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲାରେ ଟୀକା ସଙ୍କଟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟୀକା ଦାନ କରାଯିବା ସମୟରେ ଟୀକା ଦାନ କେନ୍ଦ୍ର ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଟୀକା ପାଇପାରି ନଥିଲେ ।

ସେମାନେ ଟୀକା ନେବା ବେଳକୁ ଟୀକାଦାନ ବନ୍ଦ କରିଦିଆଯାଇଛି । ଫଳରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅସ୍ଥାୟୀ ଟିକାଦାନ କେନ୍ଦ୍ର ଗୁଡିକ ଖୁବ ଶୀଘ୍ର ଖୋଲାଯିବା ସହିତ ଟିକାଦାନ ସ୍ବାଭାବିକ ହେବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.