ETV Bharat / state

ଚେନରେ ତଣ୍ଟିଚିପି ବଧୁହତ୍ଯା ! - ତଣ୍ଟିଚିପି

ବିବାହ ବର୍ଷେ ନପୂରୁଣୁ ସରିଗଲା ସଂସାର । ନବବଧୂକୁ ତଣ୍ଟିଚିପି ହତ୍ଯା କରିଥିବା ଅଭିଯୋଗ ।

ଫଟୋ ସୌଜନ୍ଯ: ପ୍ରତିନିଧି, ଜଗତସିଂହପୁର
author img

By

Published : Jun 14, 2019, 9:06 PM IST

ଜଗତସିଂହପୁର: ସଦର ଥାନା ଅନ୍ତର୍ଗତ ମଣ୍ଡାସାହି ଅଞ୍ଚଳରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମଧୁସୂଦନପୁର ଗ୍ରାମର କଳ୍ପନା ସ୍ୱାଇଁ ସ୍ଥାନୀୟ କୋଶିଦା ଅଞ୍ଚଳରେ ବସନ୍ତ ମହାପାତ୍ର କୁ ଏକବର୍ଷେ ତଳେ ବିବାହ କରିଥିଲେ ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ଜଗତସିଂହପୁର

ଗତ କିଛିଦିନ ହେବ ସ୍ୱାମୀ ସ୍ତ୍ରୀ ଓ ପରିବାରଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଫଳରେ କଳ୍ପନା ବାପ ଘରକୁ ଆସି କହିବା ପରେ ବାପ ଘରେ ଲୋକେ ଯାଇ ସମାଧାନ କରି ଆସୁଥିଲେ। କିନ୍ତୁ ବିଧି ର ବିଧାନ ଥିଲା କିଛି ଅଲଗା। କଳ୍ପନାଙ୍କ ଭାଇ ଖବର ପାଇଥିଲେ ଭଉଣୀ ଅସୁସ୍ଥ ହୋଇ ମଣ୍ଡାସାହି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ସେଠାରେ ପହଞ୍ଚିଲା ବେଳକୁ କଳ୍ପନା ର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଡାକ୍ତର ମୃତଦେହ କୁ ଜଗତସିଂହପୁର ମୁଖ୍ୟ ଡ଼ାକ୍ତରଖାନା ସ୍ଥାନାନ୍ତର କରିଥିଲେ ।

ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ସ୍ଵାମୀ ବସନ୍ତ ମହାପାତ୍ର, ଶାଶୁ ଜଣେ ପଡ଼ୋଶୀ ମହିଳା ଙ୍କୁ ଗିରଫ କରିଛି । ଚେନରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାବେଳେ ପୋଷ୍ଟମଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟା ସତ୍ୟ ପଦାକୁ ଆସିବ ବୋଲି କହିଛି ପୋଲିସ ।

ଜଗତସିଂହପୁର ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଣ୍ଡାସାହି ଅଞ୍ଚଳରେ ବଧୂ ହତ୍ୟା ଅଭିଯୋଗ ହୋଇଛି।ଘଟଣା ରୁ ଜଣାପଡିଛି ଯେ ମଧୁସୂଦନପୁର ଗ୍ରାମର କଳ୍ପନା ସ୍ୱାଇଁ ସ୍ଥାନୀୟ କୋଶିଦା ଅଞ୍ଚଳରେ ବସନ୍ତ ମହାପାତ୍ର କୁ ଗତ ବର୍ଷେ ତଳେ ବୈଦିକ ରୀତିରେ ବିବାହ କରିଥିଲେ। 4/,5 ମାସ ଠିକଥାକ ଚାଲିଥିଲା, କିନ୍ତୁ ଗତ କିଛିଦିନ ହେବ ସ୍ୱାମୀ ସ୍ତ୍ରୀ ଓ ପରିବାର ଙ୍କ ମଧ୍ୟରେ କଳି କାଜିଆ ଲାଗିରହୁଥିଲା। ଯାହାଫଳରେମୃ ତ କଳ୍ପନା ବାପ ଘରକୁ ଆସି କହିବା ପରେ ବାପ ଘରେ ଲୋକେ ଯାଇ ସମାଧାନ କରି ଆସୁଥିଲେ।କିନ୍ତୁ ବିଧି ର ବିଧାନ ଥିଲା ଅଲଗା। କଳ୍ପନା ର ଭାଇ ଖବର ପାଇଲେ ଯେ କଳ୍ପନା ଦେହ ଖରାପ।ସେ ମଣ୍ଡସାହି ମେଡିକାଲ ରେ ଚିକିତ୍ସିତ ହେଉଛି। ସେଠାରେ ପହଞ୍ଚିଲା ବେଳକୁ କଳ୍ପନ ର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ।ପରେ ଡାକ୍ତର ମୃତ ଦେହ କୁ ଜଗତସିଂହପୁର ମୁଖ୍ୟ ଡ଼ାକ୍ତରଖାନା ସ୍ଥାନାନ୍ତର କରିଥିଲେ।ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଶାଶୁ ,ସ୍ଵାମୀ ବସନ୍ତ ମହାପାତ୍ର, ଓ ଫେରାର ହୋଇଯିବାପାଇଁ ଉସକାଉଥିବା ପଡ଼ୋଶୀ ମହିଳା ଙ୍କୁ ଗିରଫ କରିଛି।ଚେନ ରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି।ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।ପୋଷ୍ଟମଟମ ରିପୋର୍ଟ ଆସିଲେ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।

Body:byt_ jhhia ra bhai
byt jhhia ra bhai
byt jhhia ra bhauni
byt jhhia ra jaal

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.