ETV Bharat / state

ପାରାଦୀପ ନଗର BJD ସଭାପତିଙ୍କ ବିରୋଧରେ BJPର ବିକ୍ଷୋଭ, ଗିରଫ ଦାବି

ପାରାଦୀପ ନଗର BJD ସଭାପତିଙ୍କ ବିରୋଧରେ BJPର ବିକ୍ଷୋଭ । ଶିକ୍ଷୟିତ୍ରୀଙ୍କୁ ଦୁର୍ବବ୍ୟବହାର କରିବା ଅଭିଯୋଗରେ କୁଶପୁତ୍ତଳିକା ଦାହ ସହ ଗିରଫ ଦାବି । ଅଧିକ ପଢନ୍ତୁ...

ପାରାଦୀପ ନଗର BJD ସଭାପତିଙ୍କ ବିରୋଧରେ BJPର ବିକ୍ଷୋଭ

author img

By

Published : Sep 1, 2021, 10:01 PM IST

ଜଗତସିଂହପୁର: ପାରାଦ୍ଵୀପସ୍ଥିତ ବିର୍ସା ମୁଣ୍ଡା ଆଦିବାସୀ ସ୍କୁଲ ଅକ୍ତିଆର କରିବା ଏବଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପାରାଦ୍ଵୀପ ନଗର ବିଜେପି ପକ୍ଷରୁ ପୂର୍ବତନ ପୌରାଧ୍ୟକ୍ଷ ତଥା ବିଜେଡି ନେତା ବସନ୍ତ ବିଶ୍ବାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥିସହ ତାଙ୍କୁ ଗିରଫ କରିବା ନେଇ ମଧ୍ୟ ଦାବିି କରିଛି ନଗର ବିଜେପି ।

ପାରାଦୀପ ନଗର BJD ସଭାପତିଙ୍କ ବିରୋଧରେ BJPର ବିକ୍ଷୋଭ

ଆଦିବାସୀ ପିଲାମାନଙ୍କୁ ଦେୟମୁକ୍ତ ପାଠ ପଢ଼ାଇବା ପାଇଁ ପାରାଦ୍ଵୀପ ବନ୍ଦର ପକ୍ଷରୁ ୧୯୮୨ ମସିହା ଠାରୁ ବୃନ୍ଦାବନ କଲୋନୀରେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ମାତ୍ର କିଛି ବର୍ଷ ହେଲା ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଏହି ସ୍କୁଲ ସହିତ ଅନ୍ୟ ଏକ ସ୍କୁଲକୁ ସାମିଲ କରିଛନ୍ତି । ରାଜନୈତିକ ପତିଆରା ଦେଖାଇ ବିର୍ସା ମୁଣ୍ଡା ସ୍କୁଲକୁ ଆସୁଥିବା ବନ୍ଦରର ଅନୁଦାନ ରାଶିକୁ ମଧ୍ୟ ହଡ଼ପ କରୁଥିବା ଅଭିଯୋଗ କରିଛି ବିଜେପି ।

ଏ ସମ୍ପର୍କରେ ଶିକ୍ଷୟିତ୍ରୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ବସନ୍ତ ବିଶ୍ବାଳ ଦୁର୍ବ୍ୟବହାର କରିଥିବା ପାରାଦ୍ଵୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସ୍କୁଲର ଶିକ୍ଷୟିତ୍ରୀମାନେ। ଯାହାକୁ ନେଇ ପାରାଦ୍ଵୀପ ନଗର ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହିତ ଥାନା ଛକରେ ବସନ୍ତ ବିଶ୍ବାଳଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ଗିରଫ ଦାବି କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.