ETV Bharat / state

ଆବାସ କଳି: ଜଗତସିଂହପୁର ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ - ଆବାସ ତାଲିକାରେ ଅନିୟମିତତା କରାଯାଇଥିବା ଅଭିଯୋଗ

ଜଗତସିଂହପୁର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଗର୍ଜିଛି ବିଜେପି । ଆବାସ ତାଲିକାରେ ବେସ ଅନିୟମିତତା କରାଯାଇଥିବା ଅଭିଯୋଗ । ଯୋଗ୍ୟ ହିତାଧିକାରୀ ତାଲିକା ଭୁକ୍ତ କରାଯାଇନଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ତୁଟୁନି ଆବାସ କଳି
ତୁଟୁନି ଆବାସ କଳି
author img

By

Published : Feb 5, 2023, 9:51 AM IST

ତୁଟୁନି ଆବାସ କଳି

ଜଗତସିଂହପୁର: ତୁଟୁନି ଆବାସ କଳି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଜଗତସିଂହପୁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଗର୍ଜିଛି ବିଜେପି । ଆବାସ ତାଲିକାରେ ବେସ ଅନିୟମିତତା କରାଯାଇଥିବା ଅଭିଯୋଗ କରିଛି ବିଜେପି । ଯୋଗ୍ୟ ହିତାଧିକାରୀ ତାଲିକା ଭୁକ୍ତ କରାଯାଇନଥିବା ଅଭିଯୋଗ କରିଛି ବିଜେପି ।

ଗତକାଲି ଜଗତସିଂହପୁର ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗର୍ଜିଛି ବିଜେପି । ଜିଲ୍ଲାର ଶାରଦା ମଣ୍ଡପରୁ ଏହି ବିଶାଲ ରାଲି ସହର ପରିକ୍ରମା କରିବା ସହିତ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବେଶ ଅନିୟମିତତା କରାଯାଇଥିବା ଅଭିଯୋଗ କରିଛନ୍ତି । ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ଥିଲେ ସେମାନେ ଏହି ତାଲିକାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାନେ ଏହାର ତାଲିକା ଭୁକ୍ତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଆବାସ ଯୋଜନା ହିତାଧିକାରୀ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

ଖାଲି ସେତିକି ନୁହେଁ 20 ହଜାର ଟଙ୍କା ନେଇ ତାଲିକା ଭୂକ୍ତ କରାଇଦେବା ପାଇଁ କିଛି ଶାସକ ଦଳର କର୍ମୀ ଓ ବ୍ଲକର ଅସାଧୁ କର୍ମଚାରୀ ମାନେ ଦୁର୍ନୀତି କରିଥିବାର ଅଭିଯୋଗ କରିଛନ୍ତି । ବିଜେପି ନେତା ତଥା ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜେପି କର୍ମୀମାନେ ବ୍ଲକ ସମ୍ମୁଖରେ ପହଞ୍ଚି ଏହାକୁ ବିରୋଧ କରିବା ସହ ହୋହଲ୍ଲା କରିଥିଲେ । ଏହି ବିକ୍ଷୋଭରେ ବିଜେପିର ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ ବ୍ଲକ ପ୍ରଶାସନ ଉପରେ ବର୍ଷିବା ସହ ଶାସକ ଦଳର ଇଙ୍ଗିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ଜନତା ଦଳୀୟ କର୍ମୀଙ୍କୁ ପ୍ରଦାନ କରାଯାଉଛି ବୋଲି କହିଥିଲେ ।

ଯଦି ବ୍ଲକ ପ୍ରଶାସନ ଏଥିରୁ ନିବୃତ୍ତ ନ ହୁଏ ତେବେ ଆଗାମୀ ଦିନରେ ବିଜେପି ପକ୍ଷରୁ ବିରାଟ ଆନ୍ଦୋଳନ ହେବା ସହ ବ୍ଲକ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି କହିଥିଲେ । ଜିଲ୍ଲାର 8ଟି ବ୍ଲକରେ ଏହିଭଳି କାର୍ଯ୍ୟ ଚାଲୁଥିବା ବେଳେ ପ୍ରଶାସନ ଏହି କାର୍ଯ୍ୟକୁ ପରୋକ୍ଷ ପ୍ରୋତ୍ସାହିତ କରୁଛି । ଯାହା ଠିକ ନୁହେଁ । ଯଦି ଏହିଭଳି ଚାଲେ ତେବେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ବିଜେପି ନେତା ମାନେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.