ETV Bharat / state

ରାଜ୍ୟ କୃଷି ନୀତିକୁ ବିରୋଧ କରି ସରକାରଙ୍କ ଉପରେ ବର୍ଷିଲା ବିଜେପି

author img

By

Published : Dec 22, 2020, 9:33 PM IST

ରାଜ୍ୟକୁ ଶାସନ କରୁଥିବା ଦଳ ଚାଷୀଙ୍କ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିପାରିନାହାଁନ୍ତି ବୋଲି ବିଜେପି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲା । ଅଧିକ ପଢନ୍ତୁ...

bjp farmer cell oppose odisha govt farmers policy
ରାଜ୍ୟ କୃଷି ନୀତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଜଗତସିଂହପୁର: ରାଜ୍ୟ କୃଷି ନୀତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟକୁ ଶାସନ କରୁଥିବା ଦଳ ଚାଷୀଙ୍କ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିପାରିନାହାଁନ୍ତି ବୋଲି କହିଛି ବିଜେପି ।

କେନ୍ଦ୍ର ସରକାର କୃଷକଙ୍କର ଉନ୍ନତି ପାଇଁ ବିଶେଷ କରି କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ପଦକ୍ଷେପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ଓଡ଼ିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

ଏନେଇ ରାଜ୍ୟ ବିଜେପି କୃଷିକ ସେଲ ଆବାହକ ହୃଷିକେଶ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଧାନର ଏମଏସପି 1868 ଟଙ୍କା ଦେଉଥିବା ବେଳେ ମଣ୍ଡିରେ 3 କିଲୋରୁ 8 କିଲୋ ପର୍ଯ୍ୟନ୍ତ କାଟି ଦିଆଯାଉଛି । ଫଳରେ ଚାଷୀ ପ୍ରକୃତ ମୂଲ୍ୟ ପାଇପାରୁନାହିଁ । ମଣ୍ଡି ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାର ତାହା ବିନିଯୋଗ କରୁନାହାଁନ୍ତି ।

ଧାନ କିଣାରେ କେନ୍ଦ୍ର ଚଳିତ ବର୍ଷ 18 ହଜାର କୋଟି ଟଙ୍କା ଦେଇଥିବା ବେଳେ ଓଡ଼ିଶାରେ ଆଦ୍ୟାବଧି ଅନେକାଂଶ ମଣ୍ଡି ଖୋଲି ପାରିନାହିଁ । ସେପଟେ କେନ୍ଦ୍ର ସରକାର ଓଡିଶାରୁ 1 ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ଲକ୍ଷ ରଖିଥିବା ବେଳେ ଓଡିଶା ସରକାର ଟୋକନ ନାମରେ ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.