ପାରାଦ୍ୱୀପ: ଏଠାରେ ତୃତୀୟ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇଥିଲେ । ଜଗତସିଂହପୁର ଜିଲ୍ଲାରେ ଆଗାମୀ ଦିନରେ କିଭଳି ବିଜେପିର ଶକ୍ତି ବୃଦ୍ଧି ପାଇବ ସେନେଇ ଜିଲ୍ଲା ସଭାପତିଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ମନମୁଖୀ କାର୍ଯ୍ୟ ସହ କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଥିବା ଅଭିଯୋଗ ହୋଇଛି ।
କେନ୍ଦ୍ରୀୟ ଯୋଜନାକୁ ନେଇ ଶାସକ ଦଳ ନିଜର ପ୍ରଚାରପ୍ରସାର କରୁଥିବା ବିଜେପି ଏହି ବୈଠକରେ ଅଭିଯୋଗ କରିଛି ବିଜେପି । ଏହି ସନ୍ଦେଶ ଗାଁ ଗାଁରେ ପହଞ୍ଚାଇବାକୁ ରାଜ୍ୟ ସଭାପତି କର୍ମୀ ମାନଙ୍କୁ କହିଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି । ଏହାକୁ ଆଖି ଆଗରେ ରଖି ଦଳୀୟ କର୍ମୀଙ୍କୁ କାର୍ଯ୍ୟ କରିବାକୁ କହିଛନ୍ତି ସମୀର ମହାନ୍ତି ।
ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜଗତସିଂହପୁର ଜିଲ୍ଲାରେ ବିଜେପି ବିପୁଳ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ସମୀର ମହାନ୍ତି । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି । ବିଜେପିର ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ଏସ୍ସି ମୋର୍ଚ୍ଚା ସଭାପତି ବିଭୁ ତରାଇ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସମ୍ପଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ