ETV Bharat / state

ଢ଼ିଙ୍କିଆରେ ବିଜେପି ପ୍ରତିନିଧି ଦଳ: ଗ୍ରାମବାସୀଙ୍କ ସହ କଲେ ଆଲୋଚନା

author img

By

Published : Jan 15, 2022, 10:58 PM IST

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆରେ ପହଞ୍ଚିଲେ ବିଜେପି ପ୍ରତିନିଧି ଦଳ । ଗ୍ରାମବାସୀ ଓ ପୋଲିସ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ ପୋଲିସ ଲାଠିଚାଳନା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ

ଢ଼ିଙ୍କିଆରେ ବିଜେପି ପ୍ରତିନିଧି ଦଳ: ଗ୍ରାମବାସୀଙ୍କ ସହ କଲେ ଆଲୋଚନା
ଢ଼ିଙ୍କିଆରେ ବିଜେପି ପ୍ରତିନିଧି ଦଳ: ଗ୍ରାମବାସୀଙ୍କ ସହ କଲେ ଆଲୋଚନା

ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ଢ଼ିଙ୍କିଆରେ ବିଜେପି ପ୍ରତିନିଧି ଦଳ । ଗତକାଲି(ଶୁକ୍ରବାର) ଢ଼ିଙ୍କିଆ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ ପୋଲିସ ଲାଠିଚାଳନା ପରେ ଗ୍ରାମ ଭିତରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ସମ୍ପୂର୍ଣ୍ଣ ଢ଼ିଙ୍କିଆ ଗ୍ରାମ ଜନଶୂନ୍ୟ ହୋଇପଡ଼ିଥିଲା । ଆଜି ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ ଢ଼ିଙ୍କିଆ ଗ୍ରାମର ସ୍ଥିତି ପରଖିବାକୁ ଆସୁଥିବା ସମୟରେ ପାଟଣା ଓ ତ୍ରିଲୋଚନପୁର ଗ୍ରାମ ନିକଟରେ ସ୍ଥାନୀୟ ଜନସାଧାରଣଙ୍କ ବିରୋଧ କାରଣରୁ ଫେରିଯାଇଥିବାବେଳେ ଅପରାହ୍ନରେ ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧି ଦଳ ଢ଼ିଙ୍କିଆ ଗ୍ରାମକୁ ଆସି ଲୋକଙ୍କ ସହିତ ଆଲୋଚନା କରିଛନ୍ତି l

ଗତକାଲିର ଘଟଣା ବିଷୟରେ ବିଜେପି ପ୍ରତିନିଧି ମଣ୍ଡଳୀଙ୍କୁ ନିଜ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର ବିଷୟରେ ଅବଗତ କରାଇଥିଲେ ଗ୍ରାମବାସୀ l ତେବେ ଶିଳ୍ପ ନିର୍ମାଣ ପାଇଁ ଏଭଳି ଗୁଣ୍ଡାଗର୍ଦି ଛାଡି ଲୋକଙ୍କ ସହିତ ଆଲୋଚନା କରି ପ୍ରକଳ୍ପ ନିର୍ମାଣ କରିବାକୁ ବିଭୁ ତରାଇ କହିଛନ୍ତି l ଏଥି ସହିତ ଢ଼ିଙ୍କିଆ ଗ୍ରାମରେ ପୋଲିସର ଲାଠି ଚାର୍ଜକୁ ଘୋର ନିନ୍ଦା କରିବା ସହିତ ଜିଲ୍ଲା ପ୍ରଶାସନ ଓ ପୋଲିସ ଶାସକ ଦଳର ହାତବାରିସୀ ସାଜି ଶିଳ୍ପ ପ୍ରତିଷ୍ଠା କରିବାକୁ ଲୋକମାନଙ୍କ ଉପରେ ବଳପ୍ରୟୋଗ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି l

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.