ETV Bharat / state

ଭୋଟବାକ୍ସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ପ୍ରାର୍ଥୀ - ଭୋଟବାକ୍ସର ସୁରକ୍ଷାକୁ ନେଇ ସନ୍ଦେହ

ଜଗତସିଂହପୁର ବାଲିକୁଦା ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଷ୍ଟ୍ରଙ୍ଗ ରୁମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ନିର୍ବାଚନ ଅଧିକାରୀ ଏହାପ୍ରତି ଦୃଷ୍ଟି ଦେବାକୁ ପ୍ରାର୍ଥୀ ମାନେ ଦାବି କରିବା ସହ ଷ୍ଟ୍ରଙ୍ଗରୁମ ଆଗରେ ଦିନରାତି ସମର୍ଥକ ମାନଙ୍କ ସହ ଜଗି ରହୁଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

ଭୋଟବାକ୍ସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ପ୍ରାର୍ଥୀ

author img

By

Published : Feb 23, 2022, 7:29 AM IST

Updated : Feb 23, 2022, 8:20 AM IST

ଜଗତସିଂପୁର: ବାଲିକୁଦା ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଷ୍ଟ୍ରଙ୍ଗ ରୁମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ନିର୍ବାଚନ ଅଧିକାରୀ ଏହାପ୍ରତି ଦୃଷ୍ଟି ଦେବାକୁ ପ୍ରାର୍ଥୀ ମାନେ ଦାବି କରିବା ସହ ଷ୍ଟ୍ରଙ୍ଗରୁମ ଆଗରେ ଦିନରାତି ସମର୍ଥକ ମାନଙ୍କ ସହ ଜଗି ରହୁଥିବା ଦେଖିବାକୁ ମିଳିଛି ।

ଭୋଟବାକ୍ସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ପ୍ରାର୍ଥୀ

ବାଲିକୁଦା ବ୍ଲକ 4 ନମ୍ବର ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଡା, ଶଶାଙ୍କ ଶେଖର ସାହାଣୀ ଭୋଟ ବାକ୍ସର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇବା ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଡ. ସାହାଣୀ ଅଭିଯୋଗ କରିଛନ୍ତି ଯେ ବାଲିକୁଦାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଭୋଟ ବାକ୍ସ ଗୁଡିକୁ ଆମ୍ବସାଳ ସ୍କୁଲରେ ରଖାଯାଇଛି ।

ତେବେ ସେଠାରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ରହି ଥିବାରୁ କିଛି ଅଘଟଣ ହେବାର ସମ୍ଭାବନା ରହିଛି । ରାଜ୍ୟ ନିର୍ବାଚନ କମିଶନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିବା ସହ 24×7 ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି । ଏହି ଅଭିଯୋଗକୁ ବାଲିକୁଦା ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ସହ ରାଜ୍ୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସଫେଇ ଦେଇଛନ୍ତି।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 23, 2022, 8:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.