ETV Bharat / state

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବି କଲା ବିଜେପି - ତିତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଗିରଫ ଦାବୀ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିରୋଧରେ ବାନ୍ଧବୀ ସୋମାଲିକା ଦାଶ ଆଣିଥିବା ଅଭିଯୋଗକୁ ନେଇ ଶାସକ ଦଳ ଉପରେ ଗର୍ଜିଛି ବିଜେପି । ଅଧିକ ପଢ଼ନ୍ତୁ

ସୋମାଲିକା ଦାଶ ଘଟଣାରେ ଓଡ଼ିଶାର ପୋଲିସକୁ ବିଜେପିର କଡା ସମାଲୋଚନା

author img

By

Published : Feb 5, 2023, 6:38 PM IST

ସୋମାଲିକା ଦାଶ ଘଟଣାରେ ଓଡ଼ିଶାର ପୋଲିସକୁ ବିଜେପିର କଡା ସମାଲୋଚନା

ଜଗତସିଂହପୁର: ସୋମାଲିକା ଦାଶ ଘଟଣାରେ ଓଡ଼ିଶାର ପୋଲିସ ଓ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବିଜେପିର କଡା ସମାଲୋଚନା । ଓଡ଼ିଶାର ପୋଲିସ ରାଜନୈତିକ ଦଳର ଇଙ୍ଗିତରେ କାମ କରୁଥିବା ବିଜେପି ଅଭିଯୋଗ କରିଛି । ଜଗତସିଂହପୁର ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିରୋଧରେ ବାନ୍ଧବୀ ସୋମାଲିକା ଦାଶ ଆଣିଥିବା ଅଭିଯୋଗକୁ ନେଇ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଗିରଫ ଦାବି କରାଯାଇଛି । ବିଜେପିର ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ ରାଜ୍ୟରେ ନାରୀ ସୁରକ୍ଷିତ ନୁହେଁ ।

ଆଠ ମାସ ପୂର୍ବରୁ ପିଡିତା ବାରମ୍ବାର ପୋଲିସ ପାଖକୁ ଆସି ନିରାଶ ହୋଇ ଫେରିଥିଲେ । ଏପରିକି ତତ୍କାଳୀନ ଏସପି ଏହି ଘଟଣାକୁ ଗୁରୁତ୍ୱ ଦେଇ ନଥିଲେ। ପୋଲିସ ପାଖରୁ ନ୍ୟାୟ ନମିଳିବା ପରେ ପୀଡିତା ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେବାପରେ ଚାରିଦିନ ହେବ ବିଧାୟକଙ୍କ ନାମରେ ମାମଲା ରୁଜୁ କରିଥିଲେ ମଧ୍ୟ କଣ ପାଇଁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରାଯାଇ ନାହିଁ ତାକୁ ନେଇ ବିଜେପି ପ୍ରଶ୍ନ କରିଛି ।

ଏହି ଘଟଣା ପଦାକୁ ଆସିବା ପରେ ମା'କୁ ସମ୍ମାନ କଥା କହୁଥିବା ଶାସକ ବିଜେଡିର ଅସଲ ଚେହେରା ପଦରେ ପଡିଥିବା ବିଜେପି ଅଭିଯୋଗ କରିଛି । ନୈତିକତା ଦୃଷ୍ଟିରୁ ତିର୍ତ୍ତୋଲ ବିଧାୟକ ଇସ୍ତଫା ଦେବାକୁ ବିଜେପି ନେତା ଦାବି କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ବିଧାୟକ ତାଙ୍କ ପଦବୀର ଅପ ବେବହାର କରି ବିଭିନ୍ନ ସମୟରେ ପୀଡିତା ସହ ଦୁଷ୍କର୍ମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ପୋଲିସ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କଥା।କିନ୍ତୁ ସେ ଜଣେ ଶାସକ ଦଳର ବିଧାୟକ ହୋଇ ଥିବାରୁ ପୋଲିସ ତାଙ୍କପ୍ରତି କୋହଳ ମନୋଭାବ ପୋଷଣ କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି ବିଜେପି ।

ଯଦି କୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ନଥାନ୍ତେ ତେବେ ପୀଡିତାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥାନ୍ତେ । ଯଦି ଏହି ଘଟଣାରେ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଗିରଫ ନକରାଯାଏ ତେବେ ବିଜେପି ପକ୍ଷରୁ ଜଗତସିଂହପୁରଠାରୁ ଆରମ୍ଭ କରି ରାଜଧାନୀରେ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେପିର ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଅନେକ ବିଜେପି ନେତା ସାମିଲ ହୋଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.