ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜଗତସିଂହପୁର ଶାସକ ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି(ମଙ୍ଗଳବାର) ବିଜେଡ଼ିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ତିର୍ତ୍ତୋଲରେ ପହଞ୍ଚି ପ୍ରଚାର କରିଛନ୍ତି।
ସେମାନଙ୍କ ମଧ୍ୟରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲାପରିଷଦ ଅଧକ୍ଷା ପ୍ରିୟ ଦର୍ଶିନୀ ବିଶ୍ବାଳ , ଵିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
ବିଜେଡି କର୍ମୀମାନେ ସଅରା ଛକ ଠାରୁ ଶୋଭାଯାତ୍ରାରେ ବାହାରି କନକପୁର ହାଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ପହଞ୍ଚିବା ପରେ କନକପୁର ପଞ୍ଚାୟତ ପରିକ୍ରମା କରି ସାରଳାଙ୍କ ମନ୍ଦିରରେ ପହଞ୍ଚିଥିଲେ।
ସେଠାରେ ବରିଷ୍ଠ କର୍ମକର୍ତ୍ତାମାନେ ଉଦବୋଧନ ଦେଇଥିଲେ। ତେବେ ସେଠାରେ କୋରୋନା କଟକଣାକୁ କେହି ମନୁ ନଥିବା ଦେଖିବାକୁ ମିଳିଥିଲା। ସାମାଜିକ ଦୂରତ୍ବ ରଖିବାରେ ନେତାମାନେ ବିଫଳ ହୋଇଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ