ETV Bharat / state

ଏରସମାରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ, ଜଣେ ଗୁରୁତରକୁ କଟକ ସ୍ତାନାନ୍ତର

author img

By

Published : Apr 3, 2022, 10:44 PM IST

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡ଼ ହରିସପୁର ପଞ୍ଚାୟତରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ । ଏହି ମାଡ଼ପିଟ ଘଟଣାରେ ଜଣେ ଗୁରୁତର ହେବା ସହ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

ଏରସମାରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ, ଜଣେ ଗୁରୁତରକୁ କଟକ ସ୍ତାନାନ୍ତର
ଏରସମାରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ, ଜଣେ ଗୁରୁତରକୁ କଟକ ସ୍ତାନାନ୍ତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡ଼ ହରିସପୁର ପଞ୍ଚାୟତରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ । ଏହି ମାଡ଼ପିଟ ଘଟଣାରେ ଜଣେ ଗୁରୁତର ହେବା ସହ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏରସମା ବ୍ଲକ ଅନ୍ତର୍ଗତ ଗଡ଼ ହରିସପୁର ପଂଚାୟତର ବିଜେଡି ସଭାପତି ସୋରୁପ ଦାସଙ୍କ ସହ ଏରସମା ଛାତ୍ର ବିଜେଡି ସଭାପତି ବରଦା ରାଉତଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା ।

ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଏରସମା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗରେ ଗଡ଼ ହରିସପୁର ପଂଚାୟତ ବିଜେଡି ସଭାପତିଙ୍କୁ ଏରସମା ବ୍ଲକ ଛାତ୍ର ବିଜେଡି ସଭାପତି ବନ୍ଧୁକ ଦେଖାଇ ଧମକ ଦେବା ସହ ମାଡ଼ ମାରିଥିବା ଦର୍ଶାଯାଇଛି । ଏହାକୁ ବିରୋଧ କରି ଆଜି ବିଜେଡିର ଗୋଟିଏ ଗୋଷ୍ଠୀ ଏରସମା ଥାନା ଘେରାଉ କରିବା ସହ ବ୍ଲକ ଛାତ୍ର ସଭାପତିଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ।

ଅପରପକ୍ଷରେ ବ୍ଲକ ଛାତ୍ର ବିଜେଡି ସଭାପତି ଏହାକୁ ଅସ୍ବୀକାର କରିବା ସହ ଏଥିରେ କୌଣସି ସତ୍ୟତା ନଥିବା ସେ କହିଛନ୍ତି । ତେବେ ଏରସମା ବ୍ଲକରେ ବିଜେଡି ବନାମ ବିଜେଡି ମଧ୍ୟରେ ସଂଘର୍ଷ ଦଳରେ ଫଟକୁ ସ୍ପଷ୍ଟ ପ୍ରମାଣିତ କରୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.