ETV Bharat / state

ଭିନ୍ନ ଏକ ମଣିଷ ବାସୁଦେବ: ଝାଳବୁହା ଧନକୁ ଲେଖିଦେଲେ ଜିଲ୍ଲାପାଳଙ୍କ ନାଁରେ - jagatasinghpur news

ଦରଦୀ ମଣିଷଟାର ଦରିଆ ଦିଲ୍। ଜୀବନ ବ୍ୟାପି ଅନ୍ୟାୟ ବିରୋଧର ସଂଗ୍ରାମ କରି କରି ଶେଷରେ ମୃତ୍ୟୁ ପରେ ମଧ୍ୟ ଲୋକଙ୍କ ସେବା ପାଇଁ ସବୁ କିଛି ଦାନ କରିଦେଲେ। ନିଜର ଉତ୍ତରାଧିକାରୀ ଥିବା ସତ୍ତ୍ବେ କଷ୍ଟର୍ଜିତ ଅର୍ଥକୁ ମୃତ୍ୟୁ ପରେ ସାଧାରଣ ଲୋକଙ୍କ ସେବାରେ ଆଣିବାକୁ ନିବେଦନ କରିଛନ୍ତି।

ଭିନ୍ନ ଏକ ମଣିଷ ବାସୁଦେବ, ଝାଳବୁହା ଧନକୁ ଲେଖିଦେଲେ ଜିଲ୍ଲାପାଳଙ୍କ ନାମରେ

author img

By

Published : Aug 1, 2020, 8:58 AM IST

Updated : Aug 1, 2020, 2:38 PM IST

ଜଗତସିଂହପୁର: ସହର ଉପକଣ୍ଠ ମୁକୁନ୍ଦପୁର ଗ୍ରାମର ବାସୁଦେବ ଷଡ଼ଙ୍ଗୀ। ପେସାରେ ଓକିଲ କିନ୍ତୁ ନିଶା କିନ୍ତୁ ସମାଜ ସେବା। ବୟସ 70 ଛୁଇଁଲାଣି । କିନ୍ତୁ ଅନ୍ୟାୟ ଦେଖିଲେ ସହି ପାରନ୍ତିନି ସେ। ଏକା ଏକା ଗାନ୍ଧୀଙ୍କ ଫୋଟୋ ଟିଏ ଧରି ବାହାରି ପଡନ୍ତି ।

ଅନଶନ କରନ୍ତି ,ଧାରଣାରେ ବି ବସନ୍ତି। ଯେ ପର୍ଯ୍ୟନ୍ତ ଅନ୍ୟାୟ ହୋଇଥିବା ଲୋକ ଟିକୁ ନ୍ୟାୟ ନମିଳିଛି। ଅନ୍ୟାୟ ବିରୋଧ ରେ ସଂଗ୍ରାମ କରି ସେ ଏକାଧିକ ବାର ଜେଲ ମଧ୍ୟ ଯାଇଛନ୍ତି। କିନ୍ତୁ ପଛକୁ ହଟି ନାହାଁନ୍ତି । ଏବେ ସେ ଆଉ ଏକ କାର୍ଯ୍ୟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଜୀବନର ସମସ୍ତ କଷ୍ଟର୍ଜିତ ଅର୍ଥକୁ ସମାଜ ପାଇଁ ଉତ୍ସର୍ଗ କରି ଦେଇଛନ୍ତି।

ଭିନ୍ନ ଏକ ମଣିଷ ବାସୁଦେବ: ଝାଳବୁହା ଧନକୁ ଲେଖିଦେଲେ ଜିଲ୍ଲାପାଳଙ୍କ ନାଁରେ

ତାଙ୍କ ଆକାଉଣ୍ଟରେ ଥିବା 12 ଲକ୍ଷ ଟଙ୍କା ଓ ପତ୍ନୀଙ୍କ ନାମରେ ଥିବା 1 ଲକ୍ଷ ଟଙ୍କାର ଉତ୍ତରାଧିକାରୀ ଭାବେ ଜିଲ୍ଲାପାଳଙ୍କୁ ବାଛିଛନ୍ତି।ନିଜର ଉତ୍ତରାଧିକାରୀ ଥିବା ସତ୍ତ୍ବେ କଷ୍ଟର୍ଜିତ ଅର୍ଥକୁ ମୃତ୍ୟୁ ପରେ ସାଧାରଣ ଲୋକଙ୍କ ସେବାରେ ଆଣିବାକୁ ନିବେଦନ କରିଛନ୍ତି। ତାଙ୍କର ଏହି ନିଃସ୍ୱାର୍ଥପର ସେବା ମନବୃତ୍ତିକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Aug 1, 2020, 2:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.