ETV Bharat / state

ବାଲିକୁଦା-ଏରସମା ବଜାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ - ବାଲିକୁଦା ବଜାର

ଜଗତସିଂହପୁର ଜିଲ୍ଲା ପ୍ରଶାସନ ବାଲିକୁଦା ଓ ଏରସମା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବାଲିକୁଦା-ଏରସମା ବଜାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

author img

By

Published : Jun 11, 2021, 9:31 PM IST

ଜଗତସିଂହପୁର: ଉପରମୁହାଁ ହୋଇଛି ଜଗତସିଂହପୁରରେ କୋରୋନା ସଂକ୍ରମଣ । ବାଲିକୁଦା ଓ ଏରସମା ଅଞ୍ଚଳରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳରେ ଜିଲ୍ଲା ପ୍ରଶାସନ ବାଲିକୁଦା ଓ ଏରସମା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଥିବା ସୂଚନା ମିଳିଛି ।

ବାଲିକୁଦା-ଏରସମା ବଜାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

ଜିଲ୍ଲାର ଏହି 2ଟି ବ୍ଲକରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ଥିବା ବେଳେ ସଂକ୍ରମଣ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହା ଉପରେ ରୋକ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଥିବା କୁହାଯାଇଛି । ରାଜ୍ୟରେ ସଂକ୍ରମଣର ହାର ହ୍ରାସ ପାଉଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ସଂକ୍ରମଣ ଥମିବାର ନାଁ ନେଉନାହିଁ । ସର୍ବାଧିକ କୁଜଙ୍ଗ, ବାଲିକୁଦା ଓ ଏରସମା ଅଞ୍ଚଳରେ କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଗତ ପୂର୍ବରୁ କୁଜଙ୍ଗ ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆ ଯାଇଥିବା ବେଳେ ଶୁକ୍ରବାର ଏରସମା ଓ ବାଲିକୁଦା ବଜାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଜନସାଧାରଣ ଏଥିରେ ସହଯୋଗ କରିବାକୁ ପ୍ରଶାସନ ନିବେଦନ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.