ETV Bharat / state

ଶ୍ରୀମନ୍ଦିରକୁ ବାହୁଡିଲେ ଚତୁର୍ଦ୍ଧାବିଗ୍ରହ, ଶ୍ରୀହୀନ ଗୁଣ୍ଡିଚା ମନ୍ଦିର - Srimandir

ନିର୍ଦ୍ଧାରିତ ସମୟ ଅନୁସାରେ ନୀତିକାନ୍ତି ପରେ ଭାଇଭଉଣୀଙ୍କ ସହ ଦେଉଳକୁ ଫେରିଛନ୍ତି ଚତୁର୍ଦ୍ଧାବିଗ୍ରହ । ପ୍ରାୟ 60 ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥକୁ ଟାଣି ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jul 12, 2019, 11:55 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ସିଦଳ ସ୍ଥିତ ବଳଦେବଜୀଉ, ଗଡ କୁଜଙ୍ଗ ସ୍ଥିତ ଜଗନ୍ନାଥ ମନ୍ଦିର ଏବଂ ବିରିଡି ସ୍ଥିତ ଧ୍ୟାନକୁଦ ପୀଠରେ ମଧ୍ୟ ବାହୁଡା ଯାତ୍ରା ପାଳିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଭୋର ୪ ଟାରେ ମଙ୍ଗଳ ଆଳତୀ, ମଇଲମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଅବକାଶ ଓ ଖେଚେଡି ଭୋଗ ପରେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଏହାପରେ ମହନ୍ତ ଅରକ୍ଷିତ ଦାସଜୀ ମହାରାଜ ରଥ ପ୍ରଦକ୍ଷିଣ କରିବା ପରେ ସ୍ଥାନୀୟ ରାଜା ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ । ସନ୍ଧ୍ୟା 6ଟାରେ ରଥଟଣା ଆରମ୍ଭ ହୋଇଥିଲା ।

ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥକୁ ମୁଖ୍ୟ ମନ୍ଦିରକୁ ଟାଣି ଆଣିଥିଲେ। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ ଚତୁର୍ଦ୍ଧାବିଗ୍ରହଙ୍କ ବାହୁଡା ଯାତ୍ରାରେ ୬୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.