ETV Bharat / state

ଜଗତସିଂହପୁରରେ ଆଜିଠୁ ପୁସ୍ତକ ମେଳା

author img

By ETV Bharat Odisha Team

Published : Jan 14, 2024, 11:09 PM IST

Updated : Jan 15, 2024, 1:38 PM IST

Book Fair: ଆସନ୍ତାକାଲିଠାରୁ ଜଗତସିଂହପୁରରେ ଆରମ୍ଭ ହେବ ପୁସ୍ତକ ମେଳା । ଏହା ଜାନୁଆରୀ 15 ଠାରୁ ଆରମ୍ଭ ହୋଇ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବା ପୁସ୍ତକ ମେଳା

ଜଗତସିଂହପୁର: ପାଠକମାନଙ୍କ ପାଇଁ ଖୁସି ଖବର । ଜିଲ୍ଲାରେ ଆଜିଠୁ ଆରମ୍ଭ ହେବ ପୁସ୍ତକ ମେଳା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ ସ୍ଥିତ ପଡ଼ିଆରେ ଆସନ୍ତା ସୋମବାର ମକର ସଂକ୍ରାନ୍ତି ଠାରୁ ଜିଲ୍ଲା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆରମ୍ଭ ହେବାକୁ ଯାଉଛି ଏହି ପୁସ୍ତକ ମେଳା । ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବ ଜଗତସିଂହପୁର ପୁସ୍ତକ ମେଳା କମିଟି । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି ।

ଆଜି (ସୋମବାର) ଦିନ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିରରୁ ଆଜ୍ଞାମାଳ ଓ ଜ୍ୟୋତି ଆସିବା ପରେ ସନ୍ଧ୍ୟା 5ଟା ସମୟରେ ପୁସ୍ତକ ଜଗତସିଂହପୁର ମେଳା ଉଦଘାଟିତ ହେବ । ଚଳିତ ବର୍ଷ ଜଗତସିଂହପୁର ପୁସ୍ତକ ମେଳାରେ 71ଟି ପ୍ରକାଶନ ସଂସ୍ଥା ସେମାନଙ୍କ ପ୍ରକାଶନ ଆଣିବା ପାଇଁ ଅନୁମତି ପାଇଛନ୍ତି । ଏହା ସହ 36ଟି ଅନ୍ୟ ବ୍ୟବସାୟିକ ଷ୍ଟଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।

ଚଳିତ ବର୍ଷ ଜଗତସିଂହପୁର ପୁସ୍ତକ ମେଳାର 25 ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ ଥର ପାଇଁ ରିଡିଙ୍ଗ ଯୋନ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ଯେଉଁମାନେ ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକ କିଣିବାକୁ ଅସମର୍ଥ ହେବେ ସେମାନେ ରିଡିଙ୍ଗ ଜୋନରେ ବସି ସେହି ପୁସ୍ତକକୁ ପଢି ପାରିବେ । ଏହାସହ 10ଟି ସୁସ୍ୱାଦୁ ଖାଦ୍ୟର ଷ୍ଟଲ ମଧ୍ୟ ଖୋଲାଯିବାକୁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ଆସନ୍ତାକାଲିଠୁ କମ୍ପିବ ମଥୁରା

ଏହା ମଧ୍ୟ ପଢନ୍ତୁ......ଫେବୃଆରୀ ୧୬ରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା

ତେବେ ପୁସ୍ତକ ମେଳାର ମଞ୍ଚରେ ପ୍ରତ୍ୟେକ ସନ୍ଧ୍ୟାରେ ସଭାର ଆୟୋଜନ କରାଯିବ । ଏଥିରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ପୂର୍ବାହ୍ନ 10ଟା ସମୟରେ କବିତା ପାଠୋତ୍ସବ ସହିତ ଅପରାହ୍ନରେ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହକୁ ସଫଳ କରିବା ପାଇଁ ଜଗତସିଂହପୁର ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ନିବେଦନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଇଟିଭି ଭାରତ,ଜଗତସିଂହପୁର

Last Updated : Jan 15, 2024, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.