ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆରେ ପ୍ରସ୍ତାବିତ JSW କୁ ବିରୋଧ କରୁଥିବା ଗ୍ରାମବାସୀମାନଙ୍କ ସପକ୍ଷରେ ବାହାରିଲେ ପଡ଼ୋଶୀ ରାଜ୍ୟର ବିଭିନ୍ନ ସଂଗଠନ । କମ୍ପାନୀକୁ ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଇବା ସହ ବିରୋଧୀଙ୍କୁ ଦମନ ପାଇଁ ପୋଲିସକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।
ପଶ୍ଚିମବଙ୍ଗର ସାମାଜିକ ସଂଗଠନ ଆସୋସିଏସନ ଅଫ ଡେମୋକ୍ରାଟିକ ପ୍ରୋଟେକ୍ସନ ଓ ଆନ୍ଧ୍ର ପ୍ରଦେଶର ଏକ ସଂଗଠନ, ସିଭିଲ ଲିବ୍ରୋଟିସ କମିଟି ଏହି ଅଭିଯୋଗ କରିଥିବା ଜଣାପଡିଛି । ଏହି ଦୁଇଟି ସଂଗଠନର କର୍ମକର୍ତ୍ତାମାନେ ଢ଼ିଙ୍କିଆରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଗତ 14 ତାରିଖରେ ପୋଲିସର ଲାଠିମାଡ଼ ପରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରିପାରି ନାହିଁ ।
ଏହା ମଧ୍ୟ ପଢନ୍ତୁ:- ପ୍ରଭାରୀଙ୍କ ନେତୃତ୍ବରେ ଢିଙ୍କିଆରେ ଗର୍ଜିଲା କଂଗ୍ରେସ, ଗ୍ରାମବାସୀଙ୍କ ଉପରେ ଲାଠିମାଡକୁ ନିନ୍ଦା
ଏପରିକି ଲୋକଙ୍କ ଅନୁପସ୍ଥିତିରେ ସେମାନଙ୍କ ପାନ ବରଜ ଭାଙ୍ଗି ଦିଆଯାଉଛି । ସ୍ୱର ଉଠାଇଲେ ପୋଲିସ ଗିରଫର ଭୟ ଦେଖାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କହିଛନ୍ତି । ତେବେ ଏହାକୁ ନେଇ ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଇବା ସହ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ