ETV Bharat / state

ପାରାଦୀପ ବନ୍ଦରରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର - Paradip port news

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏକ ଆଇରନ ବୋଝେଇ ରେଳ ଓ୍ବାଗନରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯଥାଶୀଘ୍ର ଯୁବକଙ୍କ ପରିଚୟ ମିଳିବ ବୋଲି ଆଶା ରଖିଛି ପୋଲିସ। ଅଧିକ ପଢ଼ନ୍ତୁ...

ପାରାଦୀପ ବନ୍ଦରରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Apr 5, 2021, 6:58 PM IST

ଜଗତସିଂହପୁର: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏକ ଆଇରନ ବୋଝେଇ ରେଳ ଓ୍ବାଗନରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମାଲବାହୀ ଟ୍ରେନଟି ଗତ ୨ ତାରିଖରୁ କେନ୍ଦୁଝର ଓ ନୟାଗଡ଼ରୁ ଆଇରନ ନେଇ ପାରାଦୀପକୁ ବାହାରି ଥିଲା। ଆଜି ପାରାଦୀପରେ ମାଲବାହୀ ଟ୍ରେନ ପହଞ୍ଚିଥିଲା।

ପାରାଦୀପ ବନ୍ଦରରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଏହାପରେ ଓ୍ବାଗନ ଟ୍ରିପଲର ସାହାଯ୍ୟରେ ଆଇରନ କାଢ଼ିବା ସମୟରେ ଅଚିହ୍ନା ଯୁବକଙ୍କ ମୃତଦେହ ଜଣେ ଯନ୍ତ୍ରୀ ଦେଖିବାକୁ ପାଇଥିଲେ। ଏହାକୁ ନେଇ ପ୍ରଥମେ ସିଆଇଏସଏଫ ଓ ପରେ ପାରାଦୀପ ଆଦର୍ଶ ଥାନାକୁ ଖବର ଦିଆଯାଇଥିଲା। ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି।

ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଏହି ଯୁବକଙ୍କୁ କେହି ହତ୍ୟା କରିଛନ୍ତି କି ନାହିଁ ସେନେଇ ତଦନ୍ତ ଆରମ୍ଭ ହୋଇଛି। ତା ସାଙ୍ଗକୁ ମୃତଦେହ ମାଲବାହୀ ଟ୍ରେନକୁ ଆସିଲା କିପରି ସେନେଇ ଅନୁସନ୍ଧାନ ଆରମ୍ଭ ହୋଇଛି। ଯଥାଶୀଘ୍ର ଯୁବକଙ୍କ ପରିଚୟ ମିଳିବ ବୋଲି ଆଶା ରଖିଛି ପୋଲିସ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.