ETV Bharat / state

ଧୋକା ଦେଇଗଲା ଫେସବୁକ ପ୍ରେମ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା

ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

author img

By

Published : Jun 21, 2023, 7:31 PM IST

alleges of man cheat with her girlfriend
ବିବାହ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ

ଜଗତସିଂହପୁର: ପ୍ରଥମେ ବନ୍ଧୁତା ପରେ ପ୍ରେମ । ଆଉ ତା'ପରେ ଧୋକା । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ପ୍ରତାରଣା କଲେ ଯୁବକ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବନ୍ଦର ମେରାଇନ ଥାନାରେ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ପ୍ରେମରେ ପ୍ରତାରଣା ପାଇବା ପରେ ନ୍ୟାୟ ପାଇଁ ଯୁବତୀ ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହ ବାଲିକୁଦା ନହରଣା ଅଞ୍ଚଳର ଆଶିଷ ରାଉତ ନାମକ ଜଣେ ଯୁବକଙ୍କ ଫେସବୁକରେ ପରିଚିତ ହୋଇଥିଲା । ଆଶିଷ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀରେ ରହୁଥିଲେ । ଉଭୟଙ୍କ ମଧ୍ୟରେ କିଛି ଦିନ ବନ୍ଧୁତା ପରେ ତାହା ପ୍ରେମରେ ତାହା ପରିଣତ ହୋଇଥିଲା । ଏହା କିଛିଦିନ ଚାଲିବା ପରେ ପ୍ରେମିକ ଆଶିଷ ଯୁବତୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିରେ ଯୁବତୀ ଜଣକ ରାଜିହୋଇ ଆଶିଷଙ୍କ ପାଖକୁ ଚାଲିଆସିଲେ । ଉଭୟେ କିଛିଦିନ ଏକାଠି ରହିଲେ ।ତେବେ ଏକାଠି ରହିବାର ଦୁଇମାସ ବିତି ଯାଇଥିଲେ ମଧ୍ୟ ଆଶିଷ ଯୁବତୀଙ୍କୁ ବିବାହ କରି ନଥିଲେ । ଯୁବତୀ ଜଣକ ଆଶିଷଙ୍କୁ ବିବାହ ପାଇଁ ଜିଦ ଧରିବାରୁ ଗତ 13 ତାରିଖ ଦିନ ସେ ତାଙ୍କୁ ସେଠାରୁ ବିଦା କରିଦେଇଥିଲେ । ଏଠାରେ ରହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ମାରପିଟ ମଧ୍ୟ ହୋଇଥିଲା ।

କୌଣସି ଉପାୟ ନ ପାଇ ସେ ନିଜ ଘରକୁ ଫେରି ଯାଇଥିଲେ । କିନ୍ତୁ ଯୁବତୀଙ୍କ ବାପା ଓ ମାଆ ତାଙ୍କୁ ଘରେ ପୁରାଇ ଦେଇନଥିଲେ । ଚାରିଆଡୁ ନିରାଶ ହେବାପରେ ଯୁବତୀ ଜଣକ ଆଶିଷଙ୍କ ବାପା, ମାଆଙ୍କୁ ଏ ସମ୍ପର୍କରେ କହିଥିଲେ ମଧ୍ୟ ସେ ନିରବ ରହିଲେ । ଅନ୍ୟପଟେ ଆଶିଷକୁ ଯୁବତୀ ଜଣକ ବାରମ୍ବାର ଫୋନ କରୁଥିଲେ ବି ସେ ତାଙ୍କ ନମ୍ବରକୁ ବ୍ଲକ କରି ଦେଇଛନ୍ତି । କିଛି ଉପାୟ ନ ପାଇ ପୀଡ଼ିତା ଯୁବତୀ ଜଣକ ବାଲିକୁଦା ବନ୍ଦର ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି । ପରେ ଯୁବତୀଙ୍କ ବୟାନ ଆଧାରରେ ତାଙ୍କର ଡାକ୍ତରୀ ପରୀକ୍ଷା କରିବାକୁ ଜଗତସିଂହପୁର ପଠାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.