ଜଗତସିଂହପୁର: ଜିଲ୍ଲାରେ ସୋମବାର ଓ ମଙ୍ଗଳବାର 2 ଦିନ ସମସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
ଗତ ଶନିବାର ଓ ରବିବାର ଦୁଇଦିନ ଜିଲ୍ଲାକୁ ସଟଡାଉନ କରିଦିଆ ଯାଇଥିବାବେଳେ ରଜ ପର୍ବ ପାଇଁ ସୋମବାର ଓ ମଙ୍ଗଳବାର ଦୁଇଦିନ ସନ୍ଧ୍ୟା 5ଟାରୁ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ଗୁଡିକୁ ବନ୍ଦ କରିଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏନେଇ ଜଗତସିଂହପୁର, ପାରାଦ୍ବୀପ, ବାଲିକୁଦା, ନାଉଙ୍ଗା, ତିର୍ତ୍ତୋଲ, କୁଜଙ୍ଗ ଆଦି ସ୍ଥାନରେ ଥିବା 30ରୁ ଅଧିକ ପେଟ୍ରୋଲ ପମ୍ପ ଗୁଡିକୁ ଜିଲ୍ଲା ଯୋଗାଣ ବିଭାଗ ନିର୍ଦ୍ଦେଶ ଦେଇଛି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ ଓ ଡିଜେଲକୁ ଜିଲ୍ଲାରେ 5ଟା ପରେ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ